୧ ରୁ ବର୍ଷିବ, ୩ରୁ ଥରେଇବ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଶୀତର ମାତ୍ରା ଏତେ ରହିଛି ଯେ, ଲୋକମାନେ ଘରୁ ମଧ୍ୟ ବାହାରିବା ହୋଇଯାଇଛି ଅସମ୍ଭବ । କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏହାର ମାତ୍ରା ଆହୁରି ବଢ଼ିବ ବୋଲି ଜଣାପଡିଛି । ସେହିଭଳି ଆଉ ଗୋଟିଏ ଦିନ ପରେ ଆସୁଛି ନୂଆବର୍ଷ । ତେବେ ନୂଆବର୍ଷରେ ଏଥର ବର୍ଷା ହେବ ବୋଲି ସମ୍ଭାବନା ରହିଛି । ତେବେ ୧ରୁ ବର୍ଷା ହେବ ବୋଲି ଜଣାପଡିଥିବାବେଳେ ପୁନର୍ବାର ୩ରୁ ଶୀତର ଲହରି ଲାଗିରହିବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ୧ ତାରିଖ ଯାଏ ଶୀତ ଲହରୀ ଲାଗି ରହିବ। ୧ ଓ ୨ ତାରିଖରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧ରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର,ଓ ଦେବଗଡ଼ରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ତେବେ ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ।

ସେହିପରି ୨ ତାରିଖରେ ଉତର ଓଡ଼ିଶାର କେତେକ ସ୍ଥାନ ସମେତ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଛାଡ଼ି ଯିବା ପରେ ୩ ତାରିଖରୁ ଥଣ୍ଡାର ପ୍ରକୋପ ଆହୁରି ବଢ଼ିବ। ୱେଷ୍ଟର୍ଣ୍ଣ ଡିଷ୍ଟରବାନସ୍‌ ଯୋଗୁ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।