ପାକିସ୍ତାନ ରାଷ୍ଟ୍ରପତିଙ୍କୁ କାଶ୍ମୀର ପ୍ରସଙ୍ଗରେ ଟ୍ୱିଟ୍ କରିବା ପଡିଲା ମହଙ୍ଗା

ଜାମ୍ମୁ କାଶ୍ମୀର :ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିବ୍ରତ ହୋଇ ପଡିଥିଲା । କଳବଳ କୌଶଳ ବ୍ୟବହାର କରିବା ସତ୍ୱେ ମଧ୍ୟ ପାକିସ୍ତାନକୁ କୌଣସୀ କ୍ଷେତ୍ରରେ ସୁଫଳ ମିଳି ନଥିଲା । ଏହା ପରେ ପାକିସ୍ତାନ ସୋସିଆଲ ମିଡିଆରେ ମଧ୍ୟ ବିଷ ଓଗାଳିବା ପାଇଁ ପଛଘୁଞ୍ଚା ଦେଇ ନାହିଁ । ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲବୀ କାଶ୍ମୀର ପ୍ରସଙ୍ଗକୁ ନେଇ ଏକ ମିଥ୍ୟା ଖବର ପ୍ରଚାର କରି ହଟହଟା ହୋଇଛନ୍ତି । ଟ୍ୱିଟର ଏବେ ତାଙ୍କୁ ଏହି ସମ୍ବନ୍ଧରେ ନୋଟିସ ପଠାଇ ସ୍ପଷ୍ଟୀକରଣ ମାଗିଛି । 

ଅଲବୀଙ୍କୁ ନୋଟିସ ପଠାଇବା ପରେ ପାକିସ୍ତାନରେ ଏହାକୁ ନେଇ ବିରୋଧ କରିବା ଆରମ୍ଭ ହୋଇ ଗଲାଣି । ପାକିସ୍ତାନର ମାନବ ଅଧୀକାର ମନ୍ତ୍ରୀ ଶିରୀନ ମାଜୀର କହିଛନ୍ତି କି, ମୋଦୀ ସରକାରଙ୍କର ଟ୍ୱିଟର ମୁଖପାତ୍ର ହୋଇ ଗଲାଣି ବୋଲି ପ୍ରତୀତ ହେଉଛି । ଟ୍ୱିଟର ଆମ ରାଷ୍ଟ୍ରପତିଙ୍କୁ ନୋଟିସ ପଠାଇଛି । ଯାହାକି ହାସ୍ୟସ୍ପଦ । 

ଆରିଫ ଅଲବୀ କାଶ୍ମୀର ସ୍ଥିତିକୁ ନେଇ ଏକ ଭିଡିଓ ଟ୍ୱିଟ କରିଥିଲେ । ଏହି ଭିଡିଓଟି ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରର ଦୃଶ୍ୟ ବୋଲି କୁହାଯାଇଥିଲା । ଗତ କିଛି ଦିନ ହେବ କୋଟି କୋଟି ପାକିସ୍ତାନୀ ଦାବୀ କରୁଛନ୍ତି କି, ଯେଉଁ ସମୟରେ ସେମାନେ କାଶ୍ମୀର ପ୍ରସଙ୍ଗକୁ ନେଇ କିଛି କଥା କହୁଛନ୍ତି ସେହି ସମୟରେ ତାଙ୍କର ଆକାଉଣ୍ଟ ବ୍ଲକ ହୋଇ ଯାଉଛି । ଏଭଳି ୨୦୦ ପାକିସ୍ତାନୀଙ୍କ ଖାତା ବ୍ଲକ ହୋଇ ସାରିଲାଣି ।