ବଲିଉଡର ଭାଇଜାନଙ୍କ ବିରୋଧରେ ମି ଠୁ ଅଭିଯୋଗ ଆଣିଲେ ବିଗ୍‌ବସ୍‌ ପ୍ରତିଯୋଗୀ ପୂଜା ମିଶ୍ରା, ଦେଖନ୍ତୁ ଟ୍ୟୁଟ୍ ଭିଡିଓ

ମୁମ୍ବାଇ : ବଲିଉଡରେ ବହୁଥିବା ମି ଠୁ ଝଡରେ ଫସିଛନ୍ତି ଆଉ ଜଣେ ବଡ କଳାକାର । ବଲିଉଡରେ ଭାଇଜାନ ନାଁରେ ଜଣାଶୁଣା ଅଭିନେତା ସଲମାନ ଖାନଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ । ମି ଠୁ ମାଧ୍ୟମରେ ଏପରି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ-ମଡ଼େଲ ତଥା ପୂର୍ବ ବିଗ୍‌ବସ୍‌ ପ୍ରତିଯୋଗୀ ପୂଜା ମିଶ୍ରା । ଆଉ ଅଭିଯାନର ଶୀକାର ହୋିଛନ୍ତି ସଲମାନ । କେବଳ ସଲମାନ ନୁହଁନ୍ତି ତାଙ୍କ ସହ ତାଙ୍କ ଦୁଇ ଭାଇ ଅରବାଜ ଖାନ ଓ ସୋହେଲ ଖାନଙ୍କ ନାଁ ବି ନେିଛନ୍ତି ପୂଜା । ତିନି ଖାନ ଭାଇ ମିଶି ପୂଜାଙ୍କୁ ହୋଟେଲରୁମରେ ଅଚେତ ଅବସ୍ଥାରେ ଦୁଷ୍କର୍ମ କରିଥିବା ଆରୋପ ଆଣିଛନ୍ତି ପୂଜା । ଏହା ସହ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଉପରେ କଳା ଯାଦୁ କରିଥିବାର ଅଭିଯୋଗ ଆଣିଛନ୍ତି ।

ପୂଜା ଅଚେତ ଥିବା ଅବସ୍ଥାରେ ୩ଜଣ ଖାନ୍‌ ଭାଇ ମିଶି ହୋଟେଲ ରୁମ୍‌ରେ ଦୁଷ୍କର୍ମ କରିଥିବା ବେଳେ ଶତ୍ରୁଘ୍ନ ସିହ୍ନା କଳା ଯାଦୁ କରି ତାଙ୍କ ଫୋନ ଏବଂ ଲାପ୍‌ଟପ୍‌ରୁ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଅନେକ ଆଇଡ଼ିଆ ଚୋରି କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପୂଜା ।
ସୋନାକ୍ଷୀ ସିହ୍ନା ଏବଂ ମଲ୍ଲାଇକା ଆରୋରାଙ୍କ କ୍ୟାରିୟରକୁ ଆଗକୁ ନେବା ପାଇଁ ଶତ୍ରୁଘ୍ନ ସିହ୍ନା ଏପରି କରିଥିଲେ ବୋଲି ଆରୋପ ଲଗାଇଛନ୍ତି ପୂଜା । ଟୁଇଟ୍‌ରରେ ଏକ ଭିଡିଓ ଅପ୍‌ଲୋଡ଼୍‍ କରି ପୂଜା ଏଭଳି ଅନେକ ଅଭିଯୋଗ ଉଠାଇଛନ୍ତି । ପୂଜାଙ୍କ ଏହି ଅଭିଯୋଗ ପରେ ସଲମାନ କି ଶତ୍ରୁଘ୍ନ ସିହ୍ନାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସି ନ ଥିବା ବେଳେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଏହାକୁ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଛନ୍ତି ।