ବାଜିଲା ଆଇପିଏଲ୍ ବିଗୁଲ: ଟସ୍ ଜିତି CSKର ବୋଲିଂ ନିଷ୍ପତ୍ତି

ଆବୁଧାବି: ବାଜିଲା ଆଇପିଏଲ୍ ବିଗୁଲ । ଆରମ୍ଭ ହୋଇଛି ଫଟାଫଟ ଲଢେ଼ଇ । ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ ପାଇଁ ଧୋନୀ ଆମନ୍ତ୍ରଣ କରିଛନ୍ତି।

ଆଜିର ମ୍ୟାଚରେ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ପ୍ରାୟ ଦେଢ ବର୍ଷ ପରେ ସେ ଆଇପିଏଲ ଖେଳିବାକୁ ଯାଉଛନ୍ତି ।

କରୋନା ସଂକ୍ରମଣ କାରଣରୁ ପ୍ରଥର ଥର ବିନା ଦର୍ଶକରେ ଆପଇିଏଲ ଖେଳା ଯାଉଛି। ଦୀର୍ଘ ସାଢେ ୬ ମାସ ପରେ କ୍ରିକେଟ୍‌ ପ୍ରେମୀଙ୍କୁ ଫଟାଫଟ୍ କ୍ରିକେଟ୍‌ର ମଜା ବିଶ୍ଵର ଧନଶାଳୀ ଏବଂ ଲୋକପ୍ରିୟ ଏହି ଟି-୨୦ ଲିଗ୍‌ରେ ଉଠାଇବେ। ଚେନ୍ନାଇ ଦଳରେ ବିଦେଶୀ ଖେଳାଳି ଭାବେ ସେନ ଓ୍ଵାଟସନ, ଫାଫ ଡୁପ୍ଲେସିସ୍, ସାମ କରନ ଓ ଲୁଙ୍ଗି ଏନଗିଡି ରହିଛନ୍ତି। ସେହି ପରି ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ କ୍ଵିଣ୍ଟନ ଡିକକ୍, କିରଣ ପୋଲାର୍ଡ, ଜେମ୍ସ ପାଟିନସନ ଓ ଟ୍ରେଣ୍ଟ ବୋଲ୍ଟ ରହିଛନ୍ତି।