ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ‘ଦର୍ପଣ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଉନ୍ମୋଚନ ହେଲା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରସ୍ତୁତ ‘ପରୀକ୍ଷା ଦର୍ପଣ’ ପୁସ୍ତକ । ଏହି ‘ପରୀକ୍ଷା ଦର୍ପଣ’ ପୁସ୍ତକର ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ପିଲାଙ୍କୁ ମାଗଣାରେ ‘ପରୀକ୍ଷା ଦର୍ପଣ’ ଯୋଗାଇ ଦିଆଯିବ । ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ପ୍ରସ୍ତୁତ ହୋଇଛି ପୁସ୍ତକ ‘ପରୀକ୍ଷା ଦର୍ପଣ’ ।

ପରୀକ୍ଷା ପାଇଁ କିପରି ଛାତ୍ରଛାତ୍ରୀ ଭଲଭାବେ ପ୍ରସ୍ତୁତ ହୋଇପାରିବେ ସେଥିପାଇଁ ସରାକରଙ୍କ ପକ୍ଷରୁ ୭ ଶହ ପୃଷ୍ଠାର ପରୀକ୍ଷା ଦର୍ପଣ ନାମରେ ଏକ ଟେଷ୍ଟ ପେପର ପ୍ରସ୍ତୁତ କରିଛନ୍ତି । ମେ’ ୩ ତାରିଖରେ ହେବ ମାଟ୍ରିକ ପରୀକ୍ଷା । ତେଣୁ ଏହି ପରୀକ୍ଷା ଦର୍ପଣ ଛାତ୍ରଛାତ୍ରୀଙ୍କୁ ଅନେକାଂଶରେ ଆଶ୍ବସ୍ତି ପ୍ରଦାନ କରିଛି ।