ଆସନ୍ତା ୩୦ ତାରିଖରୁ ଅଫ୍‌ଲାଇନ୍‌ ଦଶମ ଶ୍ରେଣୀ ପରୀକ୍ଷା

ଜୁଲାଇ ୫ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ

ଭୁବନେଶ୍ୱର : ଆସନ୍ତା ୩୦ ତାରିଖରୁ ଅଫ୍‌ଲାଇନ୍‌ ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଜୁଲାଇ ୫ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ । ପ୍ରକାଶିତ ମାର୍କକୁ ଚ୍ୟାଲେଞ୍ଜ କରି ଫର୍ମ ଫିଲପ୍‌ କରିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି

ପରୀକ୍ଷା ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ନିମନ୍ତେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫିସ୍‌ ଛାଡ଼ ମଧ୍ୟ କରାଯାଇଥିବା ଜଣା ପଡ଼ିଛି । ତେବେ ଯେଉଁ ଛାତ୍ରଛାତ୍ରୀ ପୂର୍ବ ପ୍ରକାଶିତ ଫଳରେ ଅସନ୍ତୁଷ୍ଟ ସେମାନେ ପରୀକ୍ଷା ଦେଇପାରିବେ । ଅଫ୍‌ଲାଇନ୍‌ ପରୀକ୍ଷାରେ ରଖିଥିବା ନମ୍ୱର ସେମାନଙ୍କର ପରୀକ୍ଷା ଫଳର ଫାଇନାଲ୍‌ ମାର୍କ ହେବ ବୋଲି ପୂର୍ବରୁ ବୋର୍ଡ କହିଛି ।

metric offline exam from 30th july