ମାଟ୍ରିକ ପରୀକ୍ଷା ନେଇ ସଚିବାଳୟରେ ସମୀକ୍ଷା : ପରୀକ୍ଷା ଦିନ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର

ପରୀକ୍ଷା କେନ୍ଦ୍ରକୁ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମୋବାଇଲ ଫୋନ୍ ନିଷିଦ୍ଧ

ଭୁବନେଶ୍ୱର  : ମାଟ୍ରିକ ପରୀକ୍ଷା ଦିନ ସକାଳ ୬ଟାରୁ ସାଢ଼େ ୮ଟା ମଧ୍ୟରେ କେନ୍ଦ୍ର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିବ। ପୁଲିସ ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ତ୍ରିସ୍ତରୀୟ ‘କଭର’ରେ କେନ୍ଦ୍ରକୁ ଆସିବ। ପରୀକ୍ଷା ସୁପରିଚାଳନା ପାଇଁ ୧୭ଟି ପଏଣ୍ଟକୁ ନେଇ ‘ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍‌’ ପ୍ରସ୍ତୁତ ହୋଇଛି। ସେହି ନିୟମକୁ ପାଳନ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶ୍ନପତ୍ର ଲିକ୍ ଓ ଗୁଜବ ଆଦି ଘଟଣା ଉପରେ କଡ଼ା  ନଜର ରଖିବାକୁ ମଧ୍ୟ ସ୍ୱତନ୍ତ୍ର ଅଫିସର ନିଯୁକ୍ତି ପାଇବେ।

ପରୀକ୍ଷା କେନ୍ଦ୍ରକୁ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମୋବାଇଲ ଫୋନ୍ ନିଷିଦ୍ଧ ଥିବା ବେଳେ ପ୍ରଶ୍ନପତ୍ରକୁ ପରୀକ୍ଷା ହଲ୍‌ରେ ପରୀକ୍ଷାର୍ଥୀଙ୍କ ସମ୍ମୁଖରେ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ନିରୀକ୍ଷଣ ପାଇଁ ୫୮ଟି ଫ୍ଲାଇଂ ସ୍କ୍ୱାଡ, ୪୪ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ୬ଟି ଜୋନାଲ ସ୍କ୍ୱାଡ ଗଠନ କରାଯାଇଛି। ସବୁ ପରୀକ୍ଷା କେନ୍ଦ୍ର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବାର ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ବର : ଆଗାମୀ ମାଟ୍ରିକ ପରୀକ୍ଷା ନେଇ ସଚିବାଳୟରେ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଗଣଶିକ୍ଷା ସଚିବ ଓ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା । ଭିଡିଓ କନ୍ଫରେନ୍ସିଂ ଜରିଆରେ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ପରୀକ୍ଷାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ଉପରେ ଗୁରୁତ୍ବ ଦେଉଛନ୍ତି ।