ପାକିସ୍ତାନ ସପକ୍ଷରେ ମୁହଁ ଖୋଲିଲେ ମେହବୁବା ମୁଫତି

କଶ୍ମୀର: ପୁଲୱାମା ଆକ୍ରମଣ ପରେ ଦେଶର ଏଥିରେ କୌଣସି ଭୂମିକା ନାହିଁ ବୋଲି ଆଜି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସଫେଇ ଦେଇଛନ୍ତି । ତେବେ ଏହାର ଜବାବରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତି ଇମ୍ରାନ୍ ଖାନ୍ଙ୍କ ସପକ୍ଷରେ ବାହାରିଛନ୍ତି । ସେ କହିଛନ୍ତି ଯେ, ଇମ୍ରାନ୍ ଖାନ୍ଙ୍କୁ ଆଉ ଏକ ସୁଯୋଗ ଦିଆଯାଉ । ସୂଚନାଯୋଗ୍ୟ ଯେ, ପୁଲୱାମାକୁ ନେଇ ଏବେ ଦେଶ ବ୍ୟାପି ଚାଲିଛି ଆଲୋଚନା । ତେବେ ଏ ନେଇ ପାକ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାରିଆଡେ ନାରା ଦିଆଯାଉଛି ।