ମେଘାଳୟର ବେଆଇନ୍ ଖଣିରେ ଫଶିଥିବା ୧୫ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି

ଜୟନ୍ତିଆ :  ମେଘାଳୟର ପୂର୍ବ ଜୟନ୍ତିଆ ଜିଲ୍ଲାର ବେଆଇନ୍ ଖଣି ଭିତରେ ଗତ ୧୩ତାରିଖରୁ ଫଶିଥିବା ୧୫ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା ପକ୍ଷରୁ ବ୍ୟବହୃତ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପମ୍ପରେ କିଛି ଟେକନିକାଲ୍ ସମସ୍ୟା କାରଣରୁ ଉଦ୍ଧାରରେ ବିଳମ୍ୱ ଦେଖା ଦେଇଛି । ଖଣି ଭିତରେ ପ୍ରାୟ ୪୯ଫୁଟ୍ ର ପାଣି ରହିଥିବା ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି । ଓଡିଶାରୁ ଯାଇଥିବା ୨୧ଜଣିଆ ଓଡ୍ରାଫ ଟିମ୍ ମଧ୍ୟ ଖଣି ଭିତରୁ ଜଳ ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି  ।  ଓଡ୍ରାଫ ଟିମ୍  ସହ ୧୦ଟି ଉଚ୍ଚ କ୍ଷମତା ସଂମ୍ପର୍ଣ୍ଣ  ପମ୍ପ ମୁତୟନ ରହିଛି ।  ଓଡ୍ରାଫ ଟିମ୍  ଖଣିରୁ ଜଳ ନିଷ୍କାସନ ପାଇଁ  ସମସ୍ତ ପ୍ରୟାସ  ଜାରି  ରଖିଛନ୍ତି ।   ୩୭୦ ଫୁଟ୍ ଖଭୀର ଖଣି ଭିତରେ ୧୫ଜଣ ଶ୍ରମିକ ଫଶି ରହିଛନ୍ତି ।  ଦିର୍ଘ ୨୦ଦିନ ହେଲା ବିଭିନ୍ନ ଉଦ୍ଧାରକାରୀ ଦଳ ତଥା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଖଣି ଭିତରେ ଫଶିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରୟାସ ହୋଇଥିଲେ ମଧ୍ୟ କିଛି ବି ସୁଫଳ ମିଳିନି । ନଦୀ ସଂଲଗ୍ନ୍ନ ଖଣିର କାନ୍ଥରେ କୌଣସି କାରଣରୁ ଛିଦ୍ର କିମ୍ବା ବଡ ଗର୍ତ୍ତ ଦେଇ ଖଣି ମଧ୍ୟକୁ ପାଣି ପସିବାରେ ଲାଗିଛି । ଫଳରେ ଦିର୍ଘଦିନ ହେଲା ଏହି ବେଆଇନ୍  ଖଣିରେ ଶ୍ରମିକ ମାନେ ଫଶି ରହିଛନ୍ତି  ।