NALCOରେ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି (ଲୋକ ଉଦ୍ୟୋଗ)ର ବୈଠକ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି (ଲୋକ ଉଦ୍ୟୋଗ)ର ଏକାଦଶ ବୈଠକ, NALCOକୋର ନିଗମ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । NALCO ର ଅଧ୍ୟକ୍ଷ ତଥା ସମିତିର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ, ବୈଠକରେ ସଭାପତିତ୍ୱ କରିଥିଲେ । ଏହି ଅବସରରେ, NALCOର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାର୍କେଟିଂ) ଶ୍ରୀ ସଦାଶିବ ସାମନ୍ତରାୟ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ର ସିଜିଏମ୍ ଶ୍ରୀ ଶୁଭଜିତ ଘୋଷ, ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କୋର ଡିଜିଏମ୍ ଶ୍ରୀ ପି.ପି. ମିଶ୍ର, ଇଏସ୍ଆଇସିର ଅତିରିକ୍ତ କମିଶନର୍ ଶ୍ରୀ ଏଲ୍. ଜମୀର, ହିନ୍ଦୁସ୍ତାନ ପେଟ୍ରୋଲିୟମ୍ର ମୁଖ୍ୟ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ସମୀର ପଟ୍ଟନାୟକ, ଆର୍ଆଇଏନ୍ଏଲ୍ର ଏଜିଏମ୍ ଶ୍ରୀ ଏମ୍.କେ.କେ. ଟପ୍ନୋ, ଏଫ୍ସିଆଇର ଏଜିଏମ୍ ଶ୍ରୀ ଆଶୀଷ କୁମାର, ଏଫ୍ସିଆଇର ଡିଭିଜନାଲ୍ ମ୍ୟାନେଜର୍ ଶ୍ରୀ ଏସ୍.କେ. ଆଦି, ରୁରାଲ୍ ଇଲେକ୍ଟ୍ରିଫିକେସନ୍ କର୍ପୋରେସନ୍ର ମୁଖ୍ୟ ପ୍ରବନ୍ଧକ ଶ୍ରୀ ବି.କେ. ମହାନ୍ତି, ଏନ୍ସିଡିସିର ଆଞ୍ଚଳିକ ନିର୍ଦ୍ଦେଶକ ଡଃ ରାଜ୍ ନରେଶ ଗୋପାଳ ଏବଂ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିବୃନ୍ଦ ଯୋଗ ଦେଇଥିଲେ । ଏହି ବୈଠକରେ ବି.ପି.ସି.ଏଲ୍, ଓରିଏଣ୍ଟାଲ୍ ଇନ୍ସୁରାନ୍ସ କର୍ପୋରେସନ୍ ଲିମିଟେଡ୍, ଏମ୍.ଏମ୍.ଟି.ସି. ଇ.ସି.ଜି.ସି., ହୁଡ୍କୋ, ବି.ଏସ୍.ଏନ୍.ଏଲ୍., ଭାରତୀୟ ଜୀବନ ବୀମା ନିଗମ ତଥା ଭୁବନେଶ୍ୱରର ଅନ୍ୟ କେନ୍ଦ୍ରୀୟ ଲୋକ ଉଦ୍ୟୋଗର ହିନ୍ଦୀ ଅଧିକାରୀ ମଧ୍ୟ ଅଂଶଗ୍ରହଣ କରି ହିନ୍ଦୀର ପ୍ରଚାର ପ୍ରସାର ସମ୍ବନ୍ଧରେ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ ।

ଏହି ଅବସରରେ, ଡଃ ଚାନ୍ଦ ହିନ୍ଦୀ ଇ-ପତ୍ରିକା ‘ଅନନ୍ତ’ର ସପ୍ତମ ସଂସ୍କରଣର ଉନ୍ମୋଚନ କରିଥିଲେ । ଏହି ପତ୍ରିକାରେ କର୍ମଚାରୀମାନଙ୍କ ରଚିତ ବିଭିନ୍ନ ଲେଖା ତଥା ରାଜଭାଷା ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଉଲ୍ଲିଖିତ ହୋଇଛି । ବୈଠକରେ ବିଭିନ୍ନ ହିନ୍ଦୀ କର୍ମଶାଳା ଓ ଇ-ଅଫିସ୍ ସମ୍ବନ୍ଧୀୟ ତାଲିମ୍ କାର୍ଯ୍ୟକ୍ରମର ଆୟୋଜନ, ଅନୁବାଦ ତଥା ଦୈନନ୍ଦିନ କାର୍ଯ୍ୟରେ ହିନ୍ଦୀ ଭାଷାର ଉପଯୋଗ ବୃଦ୍ଧି କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ସମସ୍ତ ପ୍ରସ୍ତାବ ଉପରେ ବିଶଦ ଆଲୋଚନା ପରେ ଅଧ୍ୟକ୍ଷ ଡଃ ଚାନ୍ଦ ହିନ୍ଦୀ ଭାଷାର ପ୍ରଚାରପ୍ରସାର ପାଇଁ ସଦସ୍ୟମାନଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପର ପ୍ରଶଂସା କରିଥିଲେ ଏବଂ ଭାରତ ସରକାରଙ୍କ ଦକ୍ଷତା ବିକାଶ ଅଭିଯାନ ଅଧିନରେ ଟଲିକ୍ ଅନୁଷ୍ଠାନଗୁଡ଼ିକର ଆନୁକୁଲ୍ୟରେ ଜାତୀୟ ସ୍ତରର ପ୍ରଶିକ୍ଷକଙ୍କ ଦ୍ୱାରା ମିଳିତ ଭାବେ ହିନ୍ଦୀ କର୍ମଶାଳା ଆୟୋଜନ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସମିତିର ସଦସ୍ୟ-ସଚିବ ତଥା NALCO ର ବରିଷ୍ଠ ପ୍ରବନ୍ଧକ (ରାଜଭାଷା) ଶ୍ରୀ ହରିରାମ ପଂସାରୀ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।