ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନ ପାଇଁ ବସିବ ସର୍ବଦଳୀୟ ବୈଠକ । ବିଧାନସଭା ଅଧିବେଶନ ନେଇ ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ବସିବ । ତେବେ ଏହି ବୈଠକରେ କୋଭିଡ ମହାମାରୀ ସମୟରେ ବିଧାନସଭା କେମିତି ଚାଲିବ ତାକୁ ନେଇ ହେବ ଆଲୋଚନା । ବିଧାନସଭା ଚାଲିା ପାଇଁ କଣ ସବୁ ଗାଇଡଲାଇନ୍ ରହିବ ଏବଂ ପ୍ରଶ୍ନକାଳ-ଉତ୍ତରକାଳ ଓ ଶୂନ୍ୟକାଳ ରହିବ କି ନାହିଁ ତାହା ବି ବୈଠକରେ ଆଲୋଚନା କରାଯିବ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେପ୍ଟେମ୍ବର ୨୯ ତାରିଖରେ ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।
ଏହା ପୂର୍ବରୁ ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବିଧାନସଭା ବାଚସ୍ପତି । ଅଧିବେଶନ ଚାଲିବା ସମୟରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ନେଇ ଆଲୋଚନା କରାଯିବ । ତେବେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ବସୁଛି ରାଜ୍ୟ ବିଧାନସଭା ଅଧିବେଶନ । କିନ୍ତୁ କରୋନା ମହାମାରୀ ପାଇଁ ବିଧାନସଭା ଗୃହରେ ପ୍ରଶ୍ନକାଳ ନରହିବା ନେଇ ଚର୍ଚ୍ଚା ହେଉଥିଲା । ଏପରିକି ଏହାକୁ ବିରୋଧୀ ବିରୋଧ ମଧ୍ୟ କରୁଥିଲେ । ବିଧାନସଭାରେ ଯଦି ପ୍ରଶ୍ନ କାଳ ନରହିବ ତେବେ ଗୃହ ବର୍ଜନ କରିବ ବୋଲି କଂଗ୍ରେସ ଚେତାବନୀ ଦେଇଥିଲା ।