ରାଧୋ ମା’ଙ୍କ ନାମରେ # ମି ଠୁ ଅଭିଯୋଗ ଆଣିଲେ ଅଭିନେତ୍ରୀ,ଦେଖନ୍ତୁ କିଏ ସେ ଅଭିନେତ୍ରୀ ଓ କି ଅଭିଯୋଗ

ମୁମ୍ବାଇ: ଦିନକୁ ଦିନ ବଢି ବଢି ଚାଲିଛି ମି ଠୁ ଝଡ । ରାଜନେତା ଓ ଅଭିନେତାଙ୍କ ଠୁ ଆରମ୍ଭ କରି ଅନେକ ପ୍ରଭାବଶାଳୀ ଲୋକଙ୍କ ନାଁରେ ଏପରି ଅଭିଯୋଗ ଆସିଛି । କେନ୍ଦ୍ର ମନ୍ତ୍ରୀ ଏମ ଏଜ ଆକବର ମଧ୍ୟ ଏହି ସମାନ ଅଭିଯୋଗରେ ଇସ୍ତଫା ଦେଇଛନ୍ତି । ହେଲେ ଏବେ ତଥାକଥିତ ରାଧେମାଙ୍କ ନାଁରେ ବି ଆସିଛି ମି ଠୁ ଅଭିଯୋଗ । ଏହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଜଣେ ଅଭିନେତ୍ରୀ ଆଣିଛନ୍ତି ଏପରି ଅଭିଯୋଗ ।

ଟେଲି ଓ ସିନେ ଅଭିନେତ୍ରୀ ଡଲି ବିନ୍ଦ୍ରା ମଧ୍ୟ ଟ୍ଵିଟ ମାଧ୍ୟମରେ ନିଜ ସହ ଘଟିଥିବା ଘଟଣାକୁ ଫ୍ୟାନ୍‌ସଙ୍କ ସହ ସେୟାର କରିଛନ୍ତି । ସେ ଲେଖିଛନ୍ତି କି ତିନି ବର୍ଷ ପୂର୍ବେ ରାଧେ ମାଆ ଏବଂ ତାଙ୍କ ଭକ୍ତ ଉପରେ ନିଜ ସ୍ୱର ଉଠାଇଥିଲେ କିନ୍ତୁ ତାଙ୍କୁ ଆଜି ପradhe maaର‌୍ୟ୍ୟନ୍ତ କିଛି ନ୍ୟାୟ ମିଳିନାହିଁ । ଏହି ମାମଲାରେ ସେ ସିଏମ ଏବଂ ପିଏମଙ୍କୁ ମଧ୍ୟ ଚିଠି ଲେଖିଥିଲେ । ଏଯାବତ ତାଙ୍କ ଅଭିଯୋଗର ଶୁଣାଣି ହୋଇପାରିନାହିଁ ଏବଂ ଦୋଷୀ ଆରାମରେ ଧର୍ମ ନାମରେ ପୁଲିସଙ୍କ ସରକ୍ଷଣରେ ବେଆଇନ କାମ କରିଚାଲିଛି ।

୨୦୧୫ରେ ଡଲି ଅଭିଯୋଗ ଲଗାଇଥିଲେ କି  । ଡଲି ଏହାସହ ଆହୁରି ଲେଖିଛନ୍ତି କି ତାଙ୍କୁ ବର୍ତ୍ତମାନ ଏହି ପ୍ରଶ୍ନ କରାଯାଇଛି କି ସେ ସେହି ସମୟରେ କଣ ପାଇଁ କହି ନଥିଲେ, ବର୍ତ୍ତମାନ କାହିଁ ସ୍ୱର ଉଠାଇଛନ୍ତି । ଲୋକ ଏହା ବୁଝିବାକୁ ଅସଫଳ ହୋଇଛନ୍ତି କି କେମିତି ଯୌନ ନିର‌୍ୟାତନା ଶିକାର ହୋଇଥିବା ମହିଳା ଏହି ସମୟରେ ଡିପ୍ରେସନର ଶିକାର ହୋଇଥାଆନ୍ତି ଏବଂ ଚୁପ ରହିବାକୁ ବାଧ୍ୟ ହୋଇ ଥାଆନ୍ତି।