ଯତୀନ ଦାସଙ୍କୁ Me Too  ଝଡ଼ର ମାଡ, ଜବରଦସ୍ତ ଚୁମ୍ବନ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ

ଭୁବନେଶ୍ବର  : Me Too  ଝଡ଼ ଯେତିକି ଘନଉଛି ଜଣଙ୍କ ପରେ ଜଣେ ବିଗ୍‌ ନେମ୍‌କୁ ଏହାର ପଞ୍ଝା ଭିତରକୁ ନେଇଚାଲିଛି। ଆଜି ଅଭିଯୋଗର ପରିସର ଭିତରକୁ ଆସିଛନ୍ତି ପ୍ରତିଷ୍ଠିତ ଚିତ୍ରକର ପଦ୍ମ ଭୁଷଣ ଯତୀନ ଦାସ । ଯତୀନ ଦାସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ନିଶା ବୋରା। ୨୦୦୪ରେ ଯତୀନ ଦାସଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି । ଏକ ଲମ୍ବା ଟ୍ବିଟ କରି ନିଶା ଲେଖିଛନ୍ତି ଯେ ଯତୀନ ତାଙ୍କୁ ସହଯୋଗ କରିବା ଲାଗି ନିମନ୍ତ୍ରଣ କରିଥିଲେ । ସେତେବେଳେ ସେ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ଯତୀନ କୁଆଡ଼େ ତାଙ୍କୁ ଅସଦାଚରଣ କରିଥଲେ। ତାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ। ତେବେ ସେ ତାଙ୍କୁ ଠେଲି ଦେଇ ସେଠାରୁ ଚାଲିାଇଥିଲେ।  ନିଶାଙ୍କ ଅଭିଯୋଗ ସାମ୍ନାକୁ ଆସୁ ଆସୁ ଆଉ ଜଣେ ମହିଳା ମଧ୍ୟ ସମାନ ଅଭିଯୋଗ ଧରି ସାମ୍ନାକୁ ଆସିଛନ୍ତି। ଏ ହେଲେ ଅନୁଶ୍ରୀ ମଜୁମଦାର । ଅନୁଶ୍ରୀ ଟ୍ବିଟ କରି ଲେଖିଛନ୍ତି ୨୦୦୬ରେ ସେ ଯତୀନ ଦାସଙ୍କୁ ଭେଟିଥିଲେ। ଦିଲ୍ଲୀରେ ହେଉଥିବା ମନସୁନ ଫେଷ୍ଟିଭାଲ ସମୟରେ ଯତୀନ ଦାସ ତାଙ୍କ ପଛରେ ପଡ଼ିଯାଇଥିଲେ। ତେବେ ସେ ତାଙ୍କ ଠାରୁ ଦୂରେଇ ରହିବାରୁ ବର୍ତ୍ତି ଯାଇଥିଲେ ବୋଲି ଲେଖିଛନ୍ତି ଅନୁଶ୍ରୀ।