ବିସ୍ଥାବିତଙ୍କ ସମସ୍ୟା : ଏମସିଏଲ ଉପରେ ବର୍ଷିଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି

ବିସ୍ଥାବିତଙ୍କ ସମସ୍ୟା ସମାଧାନରେ ଏମସିଏଲର ମନ ମାନି ଚଳିବ ନାହିଁ: କିଶୋର

ଝାରସଗୁଡା  : ଏ ଅଞ୍ଚଳର ସ୍ୱାର୍ଥ ରକ୍ଷା ଲାଗି ଆପଣମାନେ କାମ କରିବାକୁ ବାଧ୍ୟ । ପ୍ରଥମେ ଏମସିଏଲ ଜମି ହରାଙ୍କୁ ଚାକିରୀ ଓ କ୍ଷତିପୁରଣ ଦିଅ । ତାପରେ ଲୋକଙ୍କୁ ବିସ୍ତାବିତ କରିବ । ତାଳଚେର ବିସ୍ଥାପିତ ଲୋକ ଆନ୍ଦୋଳନ କରୁଥିବାରୁ ତାଙ୍କ କଥା ଶୁଣୁଛା ସେମାନେ କୋଇଲା ଖୋଳି ଦେଲେନି ତାହାଲେ ସେମାନଙ୍କୁ ଚାକିରୀ ଦିଅ। ଏଠି କହିଲେ ଆପଣମାନେ କହୁଛନ୍ତି ନିୟମ ନାହିଁ । ସେମାନେ ଖୋଇଳାଖଣି ବନ୍ଦ କରୁଛନ୍ତି ବୋଲି ସେମାନଙ୍କୁ ଚାକିରୀ ହେଲେ ବ୍ରଜରାଜନଗର ଶାନ୍ତି ପ୍ରିୟ ଲୋକଙ୍କୁ ଅଶାନ୍ତି କରିବାକୁ ବାଧ୍ୟ କରୁଛ । ତାଳଚେର ବିସ୍ଥାପିତଙ୍କ ପାଇଁ ଗୋଟିଏ ଆଇନ ଆଉ ବ୍ରଜରାଜ ନଗର ପାଇଁ ଆଉ ଗୋଟିଏ ଆଇନ କାହିଁକି । ଏମିତି ପାତର ଅନ୍ତର ଚଳିବ ନାହିଁ । ଶୁକ୍ରବାର ଝାରସଗୁଡାରେ ବସିଥିବା ଏମସିଏଲର ପାରିପାର୍ଶ୍ୱିକ ଉନ୍ନୟନ କମିଟି ବୈଠକରେ ବ୍ରଜରାଜନଗର ଏମସିଏଲ ବିସ୍ତାବିତଙ୍କ ସମସ୍ୟାକୁ ନେଇ ଏମିତି ଢଙ୍ଗରେ ବର୍ଷିଛନ୍ତି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି । ବିସ୍ଥାବିତଙ୍କ ସମସ୍ୟା ସମାଧାନରେ ଏମସିଏଲର ମନ ମାନି ଚଳିବ ନାହିଁ ବୋଲି ଠାଏ ଠାଏ ଶୁଣାଇଥିଲେ । ସିଧା ସିଧା କହିଥିଲେ ଆଗ ଚାକିରୀ ଓ କ୍ଷତି ପୁରଣ ଦିଅ ପରେ ଜମିନେବ । କେବଳ ଏମସିଏଲକୁ ନୁହେଁ ବିସ୍ଥାପତିଙ୍କ ସମସ୍ୟା ସମଧାନରେ ଜିଲ୍ଲା ପ୍ରଶାସନର ଭୂମିକାକୁ ନେଇ ତାଗିଦ ବି କରିଥିଲୋ


ଏମସିଏଲ ଖଣି ଅଞ୍ଚଳ ପ୍ରଭାବିତଙ୍କ ସମସ୍ୟା ସମାଧାନ ପାଇଁ ଝାରସୁଗୁଡାରେ ଶୁକ୍ରବାର ବସିଥିଲା ପାରିପାର୍ଶ୍ୱିକ ଉନ୍ନୟନ କମିଟି ବୈଠକ । ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଅନିଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରଗଡ ସାଂସଦ ସୁରେଶ ପୁଜାରୀ,ବ୍ରଜରଜନଗର ବିଧାୟକ କିଶୋର ମହାନ୍ତି ଯୋଗଦେଇ ଦୀର୍ଘ ୫୦ ବର୍ଷ ତଳୁ ରହିଆସିଥିବା ସ୍ଥାନୀୟ ସମସ୍ୟାକୁ ଉଠାଇଥିଲେ । ଦୀର୍ଘଦିନରୁ ବିସ୍ଥାପିତ ହୋଇ ଜମିହରା ମାନେ ବାରଦୁଆର ହେଉଥିବା ବେଳେ ସେମାନଙ୍କୁ ତୁରନ୍ତ ଚାକିରୀ ଦେବା ସହ ସେମାନଙ୍କ ଜମିର ପ୍ରାପ୍ୟ ପ୍ରଦାନ କରିବାକୁ ଏମସିଏଲ ଉପରେ ଚାପ ପ୍ରୟୋଗ କରିଥିଲେ ବିଧାୟକ କିଶୋର ମହାନ୍ତି ।ଏଥିସହ ଜିଲ୍ଲାର ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟରେ ଏମସିଏଲର ସହଭାଗୀତା ଉପରେ ଜୋର୍ ଦିଆଯାଇଥିଲା । ସ୍ଥାନୀୟ ନିଯୁକ୍ତି ଓ ପାରିପାର୍ଶ୍ୱିକ ଉନ୍ନୟନକୁ ତ୍ୱରାନ୍ୱିତ କରିବାକୁ ସାଂସଦ ସୁରେଶ ପୁଜାରୀ,ବିଧାୟକ କିଶୋର ମହାନ୍ତି ଓ ଉପଜିଲ୍ଲାପାଳଙ୍କ ଏକ ବୈଠକ ବସି ତୁରନ୍ତ ସମସ୍ୟାର ସମାଧାନ ପାଇଁ ଏକ ଚୁଡାନ୍ତ ତାଲିକ ପ୍ରସ୍ତୁତ କରାଯିବାକୁ ନିଷ୍ପତିି ନିଆଯାଇଛି ।