ଭାଙ୍ଗିଲା ଏସପି-ବିଏସପି ମହାମେଂଟ

ଲକ୍ଷ୍ନୌ:ସାଧାରଣ ନିର୍ବାଚନ ପୂର୍ବରୁ ଗଠନ ହୋଇଥିବା ଏସପି-ବିଏସପି ମହାମେଂଟ ଭାଙ୍ଗି ଯାଇଛି । ଏନେଇ ବିଏସପି ସୁପ୍ରିମୋ ମାୟାବତୀ ଆଜି ଔପଚାରିକ ଭାବେ ଘୋଷଣା କରିଛନ୍ତି । ଏହି ସମୟରେ ମାୟାବତୀ କହିଛନ୍ତି କି, ଏଭଳି କରି ଆମେ ଆଗକୁ ବିଜେପିକୁ ପରାଜୟ କରିବା ସମ୍ଭବ ନୁହେଁ ବୋଲି ଲୋକସଭା ନିର୍ବାଚନ ପରେ ଏସପିର ବ୍ୟବହାର ଦେଖି ପରିଲଖିତ ହେଉଛି । ଏହା ସହ ଆଗକୁ ଆସୁଥିବା ସମସ୍ତ ନିର୍ବାଚନ ସେ ନିଜର ବୁଦ୍ଧିବଳରେ ଲଢିବେ ବୋଲି କହିଛନ୍ତି । ଏହି ଭଳି ଭାବରେ ୟୁପିରେ ଦୁଇ ବଡ ଦଳର ମହାମେଂଟ ୬ ମାସ ମଧ୍ୟରେ ଭାଙ୍ଗି ଯାଇଛି । 

ବିଏସପି ସୁପ୍ରିମୋ ମାୟାବତୀ ଟ୍ୱିଟ୍ କରିଛନ୍ତି କି, ବିଏସପିର ସର୍ବଭାରତୀୟ ବୈଠକ ଲକ୍ଷ୍ନୌରେ ଅଢେଇ ଘଂଟା ପର୍ଯ୍ୟନ୍ତ ଚାଲିଥିଲା । ଏହା ପରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ରାଜ୍ୟବାର ବୈଠକ କରାଯାଇଥିଲା । ଏଥିରେ ଗଣମାଧ୍ୟମ ଉପସ୍ଥିତ ନଥିଲା । ତେଣୁ ବିଏସପି ପ୍ରମୁଖଙ୍କୁ ନେଇ ଯେଉଁ ଖବର ପ୍ରଚାର କରାଯାଉଛି ତାହା ମିଥ୍ୟା ।