ବଢ଼ିଲା ଗ୍ରୀଷ୍ମ ଛୁଟି, ୧୯ରେ ନୁହେଁ ୨୬ରେ ଖୋଲିବ ସ୍କୁଲ

ଗଣଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ବର :  ବଢ଼ିଲା ଗ୍ରୀଷ୍ମ ଛୁଟି। ୧୯ରେ ନୁହେଁ ୨୬ରେ ଖୋଲିବ ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି  ସ୍କୁଲ ଖରାଛୁଟିକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି।  ପୂର୍ବରୁ ସ୍କୁଲ ଆସନ୍ତା କାଲି ଜୁନ ୧୯ ତାରିଖରେ ଖୋଲିବା ନେଇ ଘୋଷଣା କରାଯାଇଥିଲା।   ତେବେ ମୌସୁମୀ ଆସିବାରେ ବିଳମ୍ବ ଏହଂ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବାକୁ ଦେଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।  ଗଣଶିଷା ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି।କହିଛନ୍ତି। ସ୍କୁଲର ଖରାଛୁଟି ବଢ଼ିବା ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିଛି।