ରମଜାନରେ ଘରେ ରହି ଆହ୍ଲାଙ୍କୁ ଡାକ

ନୂଆଦିଲ୍ଲୀ: ରମଜାନ ପୂର୍ବରୁ ମାର୍କାଜ୍ ମୁଖ୍ୟ ମୌଲାନା ସାଦ୍ ଏକ ଅଡିଓ ବାର୍ତା ଜାରି କରିଛନ୍ତି । ସେ ଏହି ଅଡିଓ ବାର୍ତାରେ ମୌଲାନା ସାଦ୍ କରୋନା ଭାଇରସକୁ ଭଗବାନ ପଠାଇଥିବା ରୋଗ ବୋଲି କହିଛନ୍ତି । ଏଥିସହ ରମଜାନରେ ଘରେ ଇବାଦତ କରିବାକୁ ସେ ମୁସଲମାନମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି ।

ସେ କହିଛନ୍ତି ଯେ, ରମଜାନର ବିଶେଷ ପ୍ରାର୍ଥନା ପାଇଁ ମସଜିଦ ଯିବାର ଆବଶ୍ୟକତା ନାହିଁ। ଲକଡାଉନ୍ କାର୍ଯ୍ୟକାରୀ କରିବାକୁ ପ୍ରଶାସନକୁ ସାହାଯ୍ୟ କରିବାକୁ ସେ ମୁସଲମାନମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି।

ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଏକ ଅଡିଓ ବାର୍ତା ଜାରି କରି ଡାକ୍ତରଙ୍କ ଉପଦେଶକ୍ରମେ ଏକାନ୍ତବାସରେ ରହିଛନ୍ତି ବୋଲି ସେ ନିଜ ମୁସଲିମଭାଇମାନଙ୍କୁ ଜଣାଇଥିଲେ | ଏହା ସହ ଅନ୍ୟ ମୁସଲିମଭାଇମାନଙ୍କୁ ମଧ୍ୟ ଏକାନ୍ତବାସରେ ରହିବାକୁ ସେ ଅଡିଓ ବାର୍ତାରେ କହିଥିଲେ |