୫ ରୁ ମାଟି୍ରକ ସପ୍ଲିମେଣ୍ଟାରି ଖାତାଦେଖା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ୫ ତାରିଖରୁ ଚଳିତ ବର୍ଷର ମାଟି୍ରକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ (୨ୟ) ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏହି ମୂଲ୍ୟାୟନ ପାଇଁ ୩୫୩୧ ଜଣ ପରୀକ୍ଷକଙ୍କୁ ଚୟନ କରାଯାଇଛି । ଚୟନ ହୋଇଥିବା ପରୀକ୍ଷକଙ୍କ ନିଯୁକ୍ତପତ୍ର ବୋର୍ଡ ୱେବସାଇଟ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭ ରେ ଛଡ଼ାଯାଇଛି । ଯେଉଁ ବିଦ୍ୟାଳୟରେ ଶିକ୍ଷକମାନେ ଖାତା ଦେଖିବାକୁ ଚୟନ ହୋଇଛନ୍ତି ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ୱେବସାଇଟରୁ ନିଯୁକ୍ତିପତ୍ର ଡାଉନଲୋଡ କରି ପରୀକ୍ଷକଙ୍କୁ ହସ୍ତାନ୍ତର କରିବା ସହିତ ତାଙ୍କୁ ବିଦ୍ୟାଳୟ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ବୋର୍ଡ ପକ୍ଷରୁ ସୂଚନା ଦେଇଯାଇଛି । ପରୀକ୍ଷକମାନେ ଅକ୍ଟୋବର ୪ ସକାଳ ୧୦ ଟାରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେବେ ଓ ୫ ତାରିଖ ସକାଳୁ ମୂଲ୍ୟାୟନ ଆରମ୍ଭ ହେବ ବୋଲି ବୋଡର଼୍ ପକ୍ଷରୁ ନିଦେ୍ର୍ଧଶ ରହିଛି ।