ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ୨୨ରେ ପରୀକ୍ଷା ସରିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସେହିପରି ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେବ ଓପନ୍ ଲର୍ଣ୍ଣିଂ ସ୍କୁଲ ସପ୍ଲିମେଣ୍ଟାରି ପରୀକ୍ଷା । ସେପ୍ଟେମ୍ବର ୨୪ ତାରିଖରେ ଓପନ୍ ଲର୍ଣ୍ଣିଂ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ଶେଷ ହେବ।