ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ରେଜଲ୍ଟ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ମିଳିବ ସାର୍ଟିଫିକେଟ୍

ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ବୋର୍ଡ ପକ୍ଷରୁ ଏକ ପ୍ରେସମିଟ୍ କରି ସୂଚନା ଦେଲେ ବୋର୍ଡ ସଭାପତି । ୧୪ ତାରିଖରୁ ଖାତା ଦେଖା ଆରମ୍ଭ ହୋଇ ୨୮ ତାରିଖ ସୁଦ୍ଧା ଶେଷ ହେବ । ରେଜଲ୍ଟ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ଡିଡିଟାଲ ସାର୍ଟିଫିକେଟ୍ ମିଳିବ । ମୋଟ୍ ୧୬ ହଜାର ଶିକ୍ଷକ ଖାତା ଦେଖାରେ ନିୟୋଜିତ ଅଛନ୍ତି । ଆଗକୁ ନିର୍ବାଚନ ଥିବାରୁ କିଛି ସମସ୍ୟା ରହିଛି, ହେଲେ ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବ ।