ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: କରୋନା ପାଇଁ ଏବେ ସବୁ କିଛି ଅଟକି ଯାଇଛି । ସାରା ଦେଶକୁ କରୋନା ଏବେ ଦୋହଲାଇ ରଖିଦେଇଥିବା ବେଳେ ଭାରତ ସହ ରାଜ୍ୟରେ ବି କରୋନାର କାୟା ବିସ୍ତାର ହୋଇ ଚାଲିଛି । ତେବେ ଏହାରି ଭିତରେ ଜୁଲାଇ ମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ହେବା ପରେ ଗଣଶିକ୍ଷା ମନ୍ତ୍ରୀ ଏନେଇ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ବାତ୍ୟା ଅମ୍ଫନ ପାଇଁ ପରୀକ୍ଷା ଖାତା ମୂଲ୍ୟାୟନ ଘୁଂଚିଛି । ଆଜି ହେଉ କିମ୍ବା ଆସନ୍ତା କାଲି ଖାତା ମୂଲ୍ୟାୟନ ପାଇଁ ତାରିଖ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମୂଲ୍ୟାୟନ ଓ ଫଳ ପ୍ରକାଶ ପାଇଁ ଆମେ ସମସ୍ତେ ଚେଷ୍ଟା ଜାରି ରଖିଛୁ ବୋଲି ମନ୍ତ୍ରୀ କହିଛନ୍ତି ।