ମାଟ୍ରିକ ପରୀକ୍ଷା ଫଳ: ସର୍ବାଧିକ ପାସ ହାର ଖୋର୍ଦ୍ଧାରୁ ଓ ନୂଆପଡ଼ାରୁ ସର୍ବନିମ୍ନ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାରେ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭.୨୮ ପ୍ରତିଶତ ପିଲା ପାସ କରିଛନ୍ତି । ସେହିଭଳି ନୂଆପଡ଼ା ଜିଲ୍ଲାରୁ ୬୦.୧୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୮୪.୪୫ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । କଟକ ପରେ ଦ୍ୱତୀୟ ସ୍ଥାନ ଅଧିକାର କରିଛି ଜଗତସିଂହପୁର ଜିଲ୍ଲା । ଏଠାରୁ ୭୯.୮୭ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୦.୧୯ ପ୍ରତିଶତ ପାସ କରିଥିବା ବେଳେ ଯାଜପୁର ଜିଲ୍ଲାରୁ ୭୩.୬୩ ପ୍ରତିଶତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପାସ କରିଛନ୍ତି ।

ସେହିପରି ଅନୁଗୁଳ ଜିଲ୍ଲାରୁ ୭୫.୨୩, ଢେଙ୍କାନାଳରୁ ୭୫.୮୬, ପୁରୀରୁ ୮୬. ୨୮ ପ୍ରତିଶତ, ନୟାଗଡ଼ରୁ ୮୬.୬୩ ପ୍ରତିଶତ, ବାଲେଶ୍ୱରରୁ ୮୩.୯୭ ପ୍ରତିଶତ, ଭଦ୍ରକରୁ ୭୫.୭୬ ପ୍ରତିଶତ, କେନ୍ଦୁଝରରୁ ୭୬.୭୨ ପ୍ରତିଶତ, ମୟୂରଭଂଜରୁ ୮୩.୭୮ ପ୍ରତିଶତ, ଗଜପତିରୁ ୭୫.୮୨ ପ୍ରତିଶତ, ଗଂଜାମରୁ ୮୨ ପ୍ରତିଶତ, ବୌଦ୍ଧରୁ ୭୮.୪୮ ପ୍ରତିଶତ, କନ୍ଧମାଳରୁ , କଳାହାଣ୍ଡିରୁ ୮୬.୩୨ ପ୍ରତିଶତ, ବରଗଡ଼ରୁ ୮୯. ୩୭ ପ୍ରତିଶତ, ସମ୍ବଲପୁରରୁ ୮୦.୪୭ ପ୍ରତିଶତ, ଦେବଗଡ଼ରୁ ୮୦.୨୨ ପ୍ରତିଶତ, ଝାରସୁଗୁଡ଼ାରୁ ୭୭.୨୦ ପ୍ରତିଶତ, ବଲାଙ୍ଗୀରରୁ ୭୨.୫୬ ପ୍ରତିଶତ, ସୁବର୍ଣ୍ଣପୁରରୁ ୭୩.୬୨ ପ୍ରତିଶତ, ସୁନ୍ଦରଗଡ଼ରୁ ୮୫.୮୫ ପ୍ରତିଶତ, କୋରାପୁଟରୁ ୭୧.୭୪ ପ୍ରତିଶତ, ମାଲକାନଗିରିରୁ ୭୭.୭୦ ପ୍ରତିଶତ, ନବରଙ୍ଗପୁରରୁ ୭୭.୨୩ ପ୍ରତିଶତ ଓ ରାୟଗଡ଼ା ଜିଲ୍ଲାରୁ ୬୯.୬୦ ପ୍ରତିଶତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପାସ କରିଛନ୍ତି ।