କଟକ : ଚଳିତ ବର୍ଷର ମାଟ୍ରିକ ପାସ୍ ହାର ରହିଛି ୭୦.୭୮%। ଗ୍ରେଡ A1ରେ ୧୧୮୧, A2ରେ ୯୯୩୮ ଓ B1ରେ୨୪୯୯୧ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିପରି ଗ୍ରେଡ B2ରେ ୪୬,୩୧୯, Cରେ ୭୬,୧୩୯ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଗତ ବର୍ଷ ତୁଳନାରେ ଏଥର ପାସ୍ ହାର ପାଖାପାଖି ୬ ପ୍ରତିଶତ ହ୍ରାସ ପାଇଛି । ତେବେ ଚଳିତ ମାଟ୍ରିକ ପରୀକ୍ଷାରେ ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ଥିବା ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।