ଆଜି ଘୋଷଣା ହେବ ମାଟ୍ରିକ ରେଜଲ୍ଟ ତାରିଖ

କଟକ : ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶର ତାରିଖ ଘୋଷଣା ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଜାହାନଆରା ବେଗମ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ମାଟ୍ରିକ ଫଳ ପ୍ରକାଶ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ରାଜ୍ୟ ବାହାରେ ଚାଲିଥିବା ମାର୍କ ପ୍ରୋସେସିଂ କାମ ସରିଯାଇଛି । ସେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର କମିଶନରଙ୍କୁ ଭେଟିବା ସହ ଆଲୋଚନା କରିଛନ୍ତି । ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସି ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।