ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍

ଜୟପୁର: ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଜୟପୁର ବନ୍ଧୁଗାଁ ବ୍ଲକର ସରକାରୀ ସ୍କୁଲରେ ପରୀକ୍ଷା ବେଳେ ଲିକ୍ ହୋଇଛି ପ୍ରଶ୍ନପତ୍ର । ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରଶ୍ନପତ୍ର । ତେବେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ବାରଣ ଥିବା ସତ୍ୱେ କିପରି ପ୍ରଶ୍ନପତ୍ର ଭାଇରାଲ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରୀକ୍ଷାର ପ୍ରଥମ ଦିନରେ ଗୋଟିଏ ପଟେ କ୍ଲାସରୁମରେ ପିଲା ମାତୃଭାଷା ପରୀକ୍ଷା ଦେଉଥିଲେ ଆଉ ଅନ୍ୟପଟେ ମୋବାଇଲରୁ ମୋବାଇଲ ଘୁରିବୁଲୁଥିଲା ପ୍ରଶ୍ନପତ୍ର । ପରୀକ୍ଷାର ୧୦ ମିନିଟ ପରେ ହ୍ୱାଟସଆପରେ ଘୂରି ବୁଲିଲା ପ୍ରଶ୍ନପତ୍ର । ହେଲେ ଗଣଶିକ୍ଷା ବିଭାଗ ପ୍ରଶ୍ନପତ୍ର ଲିକ ଘଟଣାକୁ ଖଣ୍ଡନ କରିଛି । ଗଣଶିକ୍ଷାମନ୍ତ୍ରୀ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଗୁଜବ ବୋଲି କହିଛନ୍ତି । ପ୍ରଶ୍ନପତ୍ର ଲିକ୍ ହୋଇଥିଲେ ତଦନ୍ତ କରାଯିବ । କଡ଼ା ସୁରକ୍ଷା ବଳୟରେ ପ୍ରଶ୍ନପତ୍ରକୁ ରଖାଯାଇଛି ।