ପୁଣିଥରେ ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ

ଭୁବନେଶ୍ୱର: ପୁଣିଥରେ ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଓଡିଆ ପ୍ରଶ୍ନପତ୍ର ପରେ ଆଜି ଇରାଂଜୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହୋଇଛି । ବଲାଙ୍ଗୀରରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି କୋଶ୍ଚିନ । ପରୀକ୍ଷାରୁ ୧୫ରୁ ୨୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଚର୍ଚ୍ଚା ହେଉଛି । ସେଟ-ଏର ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଉଲ୍ଲେଖ ଥାଉ କି, ପରୀକ୍ଷା ପ୍ରଥମ ଦିନ ଓଡିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ନୂଆପଡ଼ା ଜିଲ୍ଲାର ଦୁଇ ହାଇସ୍କୁଲ, ବନ୍ଧୁଗାଁ ହାଇସ୍କୁଲ, ଢ଼େଙ୍କାନାଳର ସୁଦର୍ଶନ ବିଦ୍ୟାଭବନର ୪ଜଣ ସେଣ୍ଟର ସୁପରିଟେଣ୍ଡେଣ୍ଟ, ସଂପୃକ୍ତ ହଲ ଦାୟିତ୍ବରେ ୪ଜଣ ଇନ୍ଭିଜିଲେଟରଙ୍କୁ ନିଲମ୍ବିତ କରାଯାଇଥିଲା। ଗତକାଲି ଏଥିରେ ସଂପୃକ୍ତ ଅନ୍ୟ ଜଣେ ଶିକ୍ଷକଙ୍କ ସମେତ ପରୀକ୍ଷା କାର‌୍ୟ୍ୟରେ ଅବହେଳା ପାଇଁ ଜଗତସିଂହପୁରର ୨ଜଣଙ୍କୁ ନିଲମ୍ବନ କରାଯାଇଛି। ଏହା ସହିତ ଭାଇରାଲ ହୋଇଥିବା ୪ଟି ଯାକ ସ୍କୁଲ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ସମେତ ୯ଜଣଙ୍କ ନାମରେ ଏତଲା ଦିଆଯାଇଛି। ପୁଲିସ୍ ୫ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।