ଆଜିଠାରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ । ସାମାଜିକ ଦୂରତ୍ୱ ଅବଲମ୍ବନ କରି ମାଟ୍ରିକ ଖାତା ଦେଖା ହେବ ପାଇଁ ନିର୍ଦ୍ଦେଶ । କରୋନା ଓ ବାତ୍ୟା ଅମ୍ଫାନ୍ ପାଇଁ ମାଟ୍ରିକ ଖାତା ମୂଲ୍ୟାୟନ ବିଳମ୍ବ ହୋଇଛି । ତେଣୁ ଆଜିଠୁ ଖାତା ଦେଖା ଆରମ୍ଭ ହୋଇଛି। ଥର୍ମାଲ ସ୍କ୍ରିନିଂ ପରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମୂଲ୍ୟାୟନ କେନ୍ଦ୍ରକୁ ଛଡାଯାଉଛି ।  ତେବେ କୋଭିଡ୍-୧୯ ଗାଇଡଲାଇନ୍ କୁ ପାଳନ କରି ଖାତାଦେଖା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରତି ମୂଲ୍ୟାୟନ କେନ୍ଦ୍ର ପାଇଁ ଜଣେ ନୋଡାଲ ଅଫିସର ଏବଂ ଜଣେ ଓଆରଏସ ଅଫିସରଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।

କୋଭିଡ୍-୧୯ ନିୟମାବଳୀ ଅନୁସାରେ ସାମାଜିକ ଦୂରତା  ରଖି ଆଜିଠୁ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ଆରମ୍ଭ । ସେପଟେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ ବାହାରିବ   ।