ମାଟ୍ରିକ ପରୀକ୍ଷାରେ ପଡ଼ିବନି ବନ୍ଦ ପ୍ରଭାବ: ଗଣଶିକ୍ଷା ସଚିବ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମାଟ୍ରିକ ପରୀକ୍ଷା ଉପରେ ବନ୍ଦର କୌଣସି ପ୍ରଭାବ ପଡ଼ିବ ନାହିଁ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ । ଗତକାଲି ସନ୍ଧ୍ୟା ସୁଦ୍ଧା ଠାରୁ ସବୁ ନୋଡ଼ାଲ ସେଂଟରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି । ଆଉ ଆସନ୍ତାକାଲି ନୋଡ଼ାଲ ସେଂଟରରୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଠିକ ସମୟରେ ପହଞ୍ଚିଯିବ ପ୍ରଶ୍ନପତ୍ର । ସକାଳ ୬ଟାରୁ ସାଢ଼େ ୮ଟା ମଧ୍ୟରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନ ପତ୍ର ପହଞ୍ଚିଯିବ । ତେବେ ପରୀକ୍ଷାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେଙ୍କ ଆଜି ଭୋର ପ୍ରାୟ ପାଞ୍ଚଟା ସମୟରେ ମାଟ୍ରିକ୍ ପ୍ରଶ୍ନପତ୍ର ଭରା ଗୋଟିଏ ୪୦୭ ମିନି ଟ୍ରକ୍ ୫୫ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ରାସ୍ତାର ବଇଣ୍ଡା ନିକଟରେ ଦୁର୍ଘଟନାଗ୍ରସ୍ତ ହୋଇ ଅଣେଇ ପଡ଼ିଥିଲା । ଡ୍ରାଇଭର୍ ଢୁଳେଇ ପଡ଼ିବାରୁ ରାସ୍ତାରେ ଥିବା ସ୍ପିଡ୍ବ୍ରେକର୍ ବାଜି ଟ୍ରକର ପତି ଭାଙ୍ଗିଯାଇଥିଲା। ଖବର ପାଇ ହଣ୍ଡପା ପୁଲିସ ଆସି ପ୍ରଶ୍ନପତ୍ରକୁ ଜଗି ରହିଥିଲା । ଅନ୍ୟପଟେ ଶିକ୍ଷା ବିଭାଗ କର୍ମଚାରୀମାନେ କ୍ରେନ୍ ବ୍ୟବସ୍ଥା କରି ଟ୍ରକ୍ଟିକୁ ଘଟନାସ୍ଥଳରୁ ଉଠାଇ ସଜଡ଼ିଥିଲେ । ଆଉ ତା’ପରେ ପ୍ରଶ୍ନପତ୍ର ଧରି ଗାଡ଼ି ତା’ର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଥିଲା ।