ମାଟ୍ରିକ୍ ମୂଲ୍ୟାୟନ ପ୍ରସଙ୍ଗ: ସରକାରଙ୍କ ପାଖରେ ୩ଟି ଦାବି ରଖିଲା ରାଜ୍ୟ ଶିକ୍ଷକ ସଂଘ

କଟକ: ମାଟ୍ରିକ ମୂଲ୍ୟାୟନ ପ୍ରସଙ୍ଗରେ ସରକାରଙ୍କ ପାଖରେ ୩ଟି ଦାବି ରଖିଲା ରାଜ୍ୟ ଶିକ୍ଷକ ମହାସଂଘ । ଖାତାଦେଖା ପାଇଁ ନିୟୋଜିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ବୀମା ସହିତ ମୂଲ୍ୟାୟନ କେନ୍ଦ୍ର ବୃଦ୍ଧି ପାଇଁ ଦାବି କଲା ସଂଘ ।

ଏହାସହ ଘରେ ଖାତାଦେଖା ପାଇଁ ଅନୁମତି ପ୍ରଦାନ କରିବାକୁ ଦାବି କଲା ସଂଘ । ସେହିପରି ଜଣେ ଶିକ୍ଷକ ଗୋଟିଏ ଖାତା ଦେଖିବାକୁ ସଂଘ ଦାବି କରିଛି । ଯଦି ଏହା ପୂରଣ କରା ନଯାଏ, ତେବେ ଘରେ ରହି ଖାତା ଦେଖିବାକୁ ସଂଘ ଦାବି କରିଛି । ଦାବି ପୂରଣ ନହେଲେ ଖାତା ଦେଖାରେ ଅସହଯୋଗ ଧମକ ଦେଇଛି ସଂଘ ।