ମେ ୨୦ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ

ଭୁବନେଶ୍ୱର:  ମେ ୨୦ ତାରିଖରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ମାଟ୍ରିକ୍ ଖାତା ମୂଲ୍ୟାୟନ ନେଇ ଚାଲିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।  ସେ କହିଛନ୍ତି, ମେ ୧୯ ତାରିଖ ସୁଦ୍ଧା ପରୀକ୍ଷା ନିରୀକ୍ଷକମାନେ ସବୁ କେନ୍ଦ୍ରରେ ପହଂଚିବେ। ଏହି ସମୟରେ ସାମାଜିକ ଦୂରତ୍ୱ ଅବଲମ୍ବନ ହେବ। ନିୟୋଜିତ ଶିକ୍ଷକମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ଓ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରମାଶିଷ ହାଜ୍ରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ବୈଠକରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ତାରିଖ ଚୁଡାନ୍ତ ହୋଇପାରେ ବୋଲି କୁହାଯାଉଥିଲା ।