ମାର୍ଚ୍ଚ ୧୮ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ

କଟକ: ଆଜି ସରିଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ପରୀକ୍ଷା । ସେପଟେ ଚଳିତ ମାସ ୧୮ ତାରିଖରୁ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଛି ସୂଚନା ।

ଏହି ପ୍ରକ୍ରିୟାରେ ୧୫ ହଜାର ଶିକ୍ଷକ ଶିକ୍ଷୟତ୍ରୀ ନିୟୋଜିତ ହେବାକୁ ଥିବାବେଳେ ୬୧ ଟି ପରୀକ୍ଷା କେନ୍ଦ୍ରରେ ଖାତା ଦେଖାଯିବ । ଚଳିତ ବର୍ଷ ୨,୮୮୮ଟି କେନ୍ଦ୍ରରେ ପରୀକ୍ଷା ହୋଇଥିବାବେଳେ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

ସେପଟେ କପି ରୋକିବା ସହ ପରୀକ୍ଷା ପରିଚାଳନାକୁ ବ୍ୟବସ୍ଥିତ କରିବାକୁ ବିଭାଗ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରିଥିଲା । ସେଂଟର ମାନଙ୍କରେ ସିସି ଟିଭି ଲଗାଯିବା ସାଙ୍ଗକୁ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ କରାଯାଇଥିଲା ।