ଫେବୃୟାରୀ ୬ ରୁ ମିଳିବ ମାଟ୍ରିକ ଆଡମିଟ୍ କାର୍ଡ

ବିଏସଇ ୱେବସାଇଟରେ ମିଳିବ

କଟକ: ଫେବୃୟାରୀ ୬ ରୁ ଉପଲବ୍ଧ ହେବ ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ। ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ଏହି ଆଡମିଟ୍ କାର୍ଡ www.bseodisha.ac.in ରେ ଉପଲବ୍ଧ ହେବ । ଏହି ୱେବସାଇଟରୁ ନିଜ ନିଜ ଲଗଇନ ଓ ପାସୱାର୍ଡ ବ୍ୟବହାର କରି ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷା ପାଇଁ ୫ ଲକ୍ଷ ୪୭ ହଜାର ୭୪୭ ଜଣ ପରୀକ୍ଷାର୍ଥୀ ୨ ହଜାର ୭୬୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ସୂଚନା ଅନୁସାରେ, ଚଳିତବର୍ଷ ଫେବୃୟାରୀ ୧୯ ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ରାଜ୍ୟରେ ସମୁଦାୟ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୫ ଲକ୍ଷ ୬୦ ହଜାର ୮୯୧ ରହିଥିବା ବେଳେ ୨୮ ୮୮ଟି କେନ୍ଦ୍ରରେ ପରୀକ୍ଷା କରାଯିବ।