ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍ କଥା ମାନିଲେ ବୋର୍ଡ କର୍ତ୍ତୃପକ୍ଷ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ଅର୍ଥାତ୍ ଆଜି ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥା ସ୍ୱୀକାର କରିଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତବର୍ଷ ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ମ୍ୟାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି। ନିର୍ଦ୍ଧାରିତ ସମୟରେ ଆଜି ମାତୃଭାଷା ଓଡ଼ିଆ ପରୀକ୍ଷା ଚାଲିଥିଲା। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋଶାଲ୍‌ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲୁଥିଲା। ଭାଇରାଲ୍‌ ହୋଇଥିବା ପ୍ରଶ୍ନପତ୍ର ଓ ଅରିଜିନାଲ୍‌ ପ୍ରଶ୍ନପତ୍ର ମେଳ ଖାଉଥିବା ଦେଖିବାକୁ ମିଳୁଛି।