ଡଙ୍ଗା ପାର ହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ୪୦ ଛାତ୍ରଛାତ୍ରୀ

ଅସ୍ତରଙ୍ଗ: ଆଜି ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ବିପଦ ସଙ୍କୁଳ ଅବସ୍ଥାରେ ୪୦ ଜଣ ପରୀକ୍ଷାର୍ଥୀ ଦେବୀ ନଦୀରେ ଡଙ୍ଗା ପାର ହୋଇ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଦେଖିବାକୁ ମିଳିଥିଲା । ଏପରି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଅସ୍ତରଙ୍ଗର ତାଳଦା ଦୀପାଂଚଳରେ । ଏଡବାଂଶ ଗାଁ ପଢିଆରୀ ବିଦ୍ୟାପୀଠର ୪୦ଜଣ ଛାତ୍ରଛାତ୍ରୀ ଡଙ୍ଗାରେ ନଦୀ ପାର ହୋଇ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଯାଇଛନ୍ତି। ସେମାନଙ୍କ ସେଣ୍ଟର ଅସ୍ତରଙ୍ଗ ସୁନ୍ଦର ଗାଁରେ ଥିବା ଏସ୍.ଏନ୍. ବିଦ୍ୟାପୀଠରେ ପଡିଛି। ଗାଁଠାରୁ ସୁନ୍ଦର ଗାଁ ୧୦ କିଲୋମିଟର ଦୂର ହୋଇଥିବାବେଳେ ରାସ୍ତା ନଥିବାରୁ ଛାତ୍ରଛାତ୍ରୀଙ୍କୁ ଡଙ୍ଗାରେ ଦେବୀ ନଦୀରେ ପାର ଯିବାକୁ ପଡୁଥିବା ଅଭିଯୋଗ ହୋଇଛି। ଗତ ୨୦୧୪ ମସିହାରେ ଏହି ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ବ୍ରିଜ୍ ନିର୍ମାଣ କାମ ସରି ନଥିବାରୁ ଛାତ୍ରଛାତ୍ରୀ ବିପଦ ସଙ୍କୁଳ ଅବସ୍ଥାରେ ପରୀକ୍ଷା ଦେବା ପାଇଁ ଡଙ୍ଗାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି।