ମାଟ୍ରିକ ଖାତା ଦେଖା ପ୍ରସଙ୍ଗ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ମାଟ୍ରିକ ଖତା ମୁଲ୍ୟାୟନ ନେଇ ଗତକାଲି ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା । ଏନେଇ ବିଭାଗ ପକ୍ଷରୁ ବିଚାର ବିମର୍ଷ କରାଯାଉଛି । ୧୦ କଲୋମିଟର ଦୂରରୁ କେତେ ଜଣ ଶିକ୍ଷକ ଆସୁଛନ୍ତି ତାହା ବର୍ତମାନ ଚିହ୍ନଟ କରାଯାଉଛି।

କୋଭିଡ ୧୯ ଗାଇଡ ଲାଇନ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ସହିତ ଆଲୋଚନା କରାଯାଉଛି । ସୋମବାର ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ମାନ୍ୟବର କୋର୍ଟଙ୍କ ନିର୍ଦେଶ ଅନୁସାରେ ହିଁ ଖାତା ଦେଖା ହେବ ।

ଆମେ ୧୦ କିଲୋମିଟର ପରଧି ଭିତରେ ଖାତା ଦେଖା କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତୁତି କରୁଛୁ । ଆବଶ୍ୟକ ପଡିଲେ ଖାତା ଦେଖା କେନ୍ଦ୍ର ବୃଦ୍ଧି କରାଯିବ ।