ଗଞ୍ଜାମର ମାଟିଆ ସାହିକୁ ହଟସ୍ପଟ୍ ଘୋଷଣା କଲା ପ୍ରଶାସନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବାଘମାଟି ପଂଚାୟତ ଅନ୍ତର୍ଗତ ମାଟିଆ ସାହିକୁ କରୋନା ହଟସ୍ପଟ୍ ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତାତ୍ରେୟ ଭାଉସାହେବ ନିର୍ଦେଶନାମା ଜାରି କରିଛନ୍ତି। ଭୁବନେଶ୍ୱରର ଏକ ହଟସ୍ପଟ୍ ଅଂଚଳରୁ ପ୍ରାୟ ୧୩୦ଜଣ ଲୋକ ମାଟିଆ ସାହିକୁ ଆସିବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି।

କୁକୁଡ଼ାଖଣ୍ଡି ତହସିଲଦାର୍ ଏବଂ ଗୋଳନ୍ଥରା ଥାନା ଅଧିକାରୀଙ୍କୁ  ଏଥିଲାଗି ସେହି ଅଂଚଳରେ ଲକଡାଉନକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି। ଏହି ଅଂଚଳର ଲୋକଙ୍କୁ ବାହାରକୁ ଯିବାଆସିବା କରିବାକୁ ନିଷେଧ କରାଯାଇଛି। ଏଠାରେ ଯାନବାହନ ଚଳାଚଳ ଉପରେ ବି କଟକଣା ଜାରି ହୋଇଛି।