ମଥୁରାରେ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୋଦୀ

ମଥୁରା :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଥୁରାର ଭେଟରନେରୀ ବିଶ୍ଵଵିଦ୍ୟାଳୟରେ ପଶୁମାନଙ୍କ ପାଇଁ ଏକ ବଡ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ମୋଦୀ ପଶୁମାନଙ୍କୁ ବିଭିନ୍ନ ରୋଗରୁ ବଞ୍ଚାଇବାକୁ ଟୀକାକରଣ କରିଥିଲେ। ଏଠାରୁ ସେ ସମଗ୍ର ଦୁନିଆକୁ ପ୍ଲାଷ୍ଟିକ...

ମଥୁରା :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଥୁରାର ଭେଟରନେରୀ ବିଶ୍ଵଵିଦ୍ୟାଳୟରେ ପଶୁମାନଙ୍କ ପାଇଁ ଏକ ବଡ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ମୋଦୀ ପଶୁମାନଙ୍କୁ ବିଭିନ୍ନ ରୋଗରୁ ବଞ୍ଚାଇବାକୁ ଟୀକାକରଣ କରିଥିଲେ। ଏଠାରୁ ସେ ସମଗ୍ର ଦୁନିଆକୁ ପ୍ଲାଷ୍ଟିକ ମୁକ୍ତ ଭାରତ ନିର୍ମାଣ କରିବାକୁ ବାର୍ତ୍ତା ଦେଇଛନ୍ତି। ଏହି ସମୟରେ ମୋଦୀ ପ୍ଲାଷ୍ଟିକ ଆବର୍ଜନା ଏକାଠି କରୁଥିବା ୨୫ଜଣ ମହିଳାଙ୍କ ସହ ବାର୍ତ୍ତାଳାପ କରିଥିଲେ ଏବଂ କେଉଁ ପ୍ଲାଷ୍ଟିକ କେଉଁଠାରେ ରଖାଯିବ ସେହି ବିଷୟରେ ତଥ୍ୟ ନେଇଥିଲେ। ତେବେ ଏହି ମହିଳାମାନଙ୍କୁ ମୋଦୀ ସମ୍ମାନିତ ମଧ୍ୟ କରିଛନ୍ତି। 

ଏହି ୨୫ଜଣ ମହିଳାଙ୍କୁ ପ୍ଲାଷ୍ଟିକ ମୁକ୍ତ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡର କରାଯାଇଛି। ଏହା ପୂର୍ବରୁ ମୋଦୀ ଗାଈଙ୍କର ପୂଜାର୍ଚ୍ଚନା କରିଥିଲେ ଏବଂ ଏହା ସହ ଗାଈଙ୍କ ପେଟରୁ କିଭଳି ଭାବରେ ପ୍ଲାଷ୍ଟିକ ବାହାର କରାଯିବ ସେନେଇ ଲାଇଭ ଅପରେଶନ ଦେଖିଥିଲେ। କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସାଂସଦ ହେମା ମାଳିନଙ୍କ ସହିତ ବହୁ ନେତା ଏବଂ ଅଫିସରମାନେ ଉପସ୍ଥିତ ଅଛନ୍ତି। 

ତେବେ ଏହି କାର୍ଯ୍ୟକ୍ରମ ପରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ ହେବ। ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ପଶୁମାନଙ୍କ ପାଇଁ ଏଭଳି ଏକ ବଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ୫ବର୍ଷ ଧରି ପଶୁମାନଙ୍କୁ ବିଭିନ୍ନ ଘାତକ ରୋଗରୁ ମୁକ୍ତ କରିବା ଏହାର ଲକ୍ଷ୍ୟ। ଏତଦ୍ ବ୍ୟତୀତ ଦେଶବ୍ୟାପୀ କୃତ୍ରିମ ଗର୍ଭାଧାନ କାର୍ଯ୍ୟକ୍ରମ ମଧ୍ୟ ଶୁଭାରମ୍ଭ ହେବ।

Spread the love
Categories
ଦେଶ-ବିଦେଶ

RELATED BY