ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଗଣିତ ଶିକ୍ଷକ ଗିରଫ

ଭୁବନେଶ୍ବର :  ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶିକ୍ଷକ ଗିରଫ । ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ନାରାୟଣ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯେ।ଗ  ପରେ ଅଭିଯୁକ୍ତ ଗଣିତ ଶିକ୍ଷକ ଅବ୍ଦୁଲକୁ ଗିରଫ କରିଛି ପୋଲିସ ।

ଗତ ଅକ୍ଟୋବର ୧୦ ତାରିଖରେ ଶିକ୍ଷକ ଜଣକ ସ୍କୁଲର ୨ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଜଣେ ଛାତ୍ରୀ ନବମ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ ଜଣେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । ସେହି ଦିନ ହିଁ  ଅଭିଭାବକମାନେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ସେବେଠୁ ଅଭିଯୁକ୍ତ ଶିକ୍ଷକ ଫେରାର ହୋଇଯାଇଥିଲା । କିନ୍ତୁ ପୋଲିସ ଘଟଣାକୁ ହାଲକା ଭାବରେ ନେବା ସହ ସ୍କୁଲକୁ ଯାଇ ତଦନ୍ତ କରିନଥିଲା । ଯାହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । ଆଉ ଆଜି ଅଭିଭାବକମାନେ ପ୍ରନ୍ସିପାଲଙ୍କୁ ଘେରିଥିଲେ । ଏହି ଘଟଣାରେ ପରେ ପୋଲିସ ସ୍କୁଲର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ।ଏବଂ ଘଟଣାର ସତ୍ୟାସତ୍ୟ ଥିବା ନେଇ ସୂଚନା ଦେଇଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ଆସନ୍ତାକାଲି ଏହି ଘଟଣାକୁ ନେଇ ଅଭିଭାବକ ସଂଘ ସହ ସ୍କୁଲ ନିର୍ଦ୍ଦେଶକଙ୍କର ଏକ ବୈଠକ ବସିବ । ତେବେ ପ୍ରଶ୍ନ ଉଠୁଛି ୯ ତାରିଖ ଠାରୁ ଏନେଇ ଅଭିଯୋଗ ଆସିଥିଲେ ବି କାହିଁକି ଚୁପ ବସିଥିଲେ ସ୍କୁଲ କତ୍ତୃପକ୍ଷ । ପୋଲିସ ଘଟଣାରେ ତଦନ୍ତ କରି ନଥିଲା କାହିଁକି ।  ସ୍କୁଲରେ ଆମ ପିଲା କେତେ ସୁରକ୍ଷିତ ? ଏୟା ହିଁ ବର୍ତତମାନ ସମୟର ବଡ଼ ପ୍ରଶ୍ନ ।