ବିଦ୍ୟାଳୟରେ ବୋମା ବିସ୍ଫୋରଣ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଅଂଚଳର ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୋମା ବିସ୍ଫୋରଣ ଘଟଣାରେ ତଦନ୍ତ କରିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି । 

ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୋମା ବିସ୍ଫୋରଣ ଘଟି ୨ଜଣ ଛାତ୍ର ଗୁରୁତର ଘଟଣାରେ ତଦନ୍ତ ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି । ସପ୍ତହକ ମଧ୍ୟରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ଅଧିକାଂଶ ସ୍କୁଲରେ ପାଚେରି ନଥିବାରୁ ଏପରି ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହେଉଛି । ଏଭଳି ଘଟଣା ରୋକିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । କିନ୍ତୁ ସ୍କୁଲ ପରିସରକୁ ବୋମା କେଉଁଠୁ ଆସିଲା ଏବଂ କେମିତି ଫୁଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ । 

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ମାଗୁରା ଗାଁରେ ଏକ ସରକାରୀ ବିଦ୍ୟାଳୟରେ ଶନିବାର ସକାଳୁଆ ସ୍କୁଲ ଥିଲା । ମଧ୍ୟାହ୍ନ ଭୋଜନ ଚାଲିଥିବା ବେଳେ ଜଣେ ଛାତ୍ର ତାବିଜ ଭଳି ଏକ ଜିନିଷ ପାଇଥିଲେ । ତାକୁ ବାହାରକୁ ଫୋପାଡ଼ି ଦେବା ବେଳେ ବିଦ୍ୟାଳୟ ପରିସରରେ ବୋମା ବିସ୍ଫୋରଣ ଘଟିଥିଲା । ସେଥିରେ ରାଜା ନାୟକ ସପ୍ତମ ଶ୍ରେଣୀର ଓ ଅନ୍ୟଜଣେ ଚନ୍ଦନ ସ୍ୱାଇଁ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ମୁହଁ ଓ ହାତରେ ଆଘାତ ଲାଗି ଗୁରୁତର ହୋଇଥିଲେ । ଗୁରୁତର ଦୁଇଛାତ୍ର ରାଜା ଓ ଚନ୍ଦନଙ୍କୁ ଆସିକା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥଲା । ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା ।