ଲକ୍ ଡାଉନ୍ ସମୟରେ ଛାତ୍ରଛାତ୍ରୀଙ୍କୁ ଏଭଳି ପରାମର୍ଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଲକ୍ ଡାଉନ୍ ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ଜୀବନରେ ଯାହା ଦେଖି ନ ଥିଲୁ, ତୁମେ ତାହା ଅଙ୍ଗେ ନିଭେଇଲ, ଘରେ ରହି ପାଠ ପଢ଼ ।

ଏହାଛଡ଼ା ଗଣଶିକ୍ଷା ମନ୍ତ୍ରୀ ୩ ମାସର ମଧ୍ୟାହ୍ନ ଭୋଜନ ବ୍ଲକ୍ ଜରିଆରେ ପଠାଇ ଦିଆଯାଇଛି ଏବଂ ଆଗାମୀ ଜୁନ୍ ୧୫ ତାରିଖରୁ ପୁଣି ଥରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।