ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ କମିଶନରେଟ୍ ପୋଲିସ୍ ୩ ଅଭିଯୁକ୍ତଙ୍କ ନାଁରେ ଜାତୀୟ ସୁରକ୍ଷା ଆଇନ୍ (ଏନଏସଏ) ରୁଜୁ କରାଇଛି । ୩ ଅଭିଯୁକ୍ତ ହେଲେ ; ଚନ୍ଦନ ଦାସ, ବିଶ୍ୱନାଥ ପ୍ରଧାନ, ପ୍ରତ୍ୟୁଶ କହଁର।
ପୂର୍ବରୁ ଏହି ଘଟଣାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ସର୍ବସାଧାରଣରେ ହିଂସା, ଆଇନ ଶୃଙ୍ଖଳା ଭଙ୍ଗ ଭଳି ସଙ୍ଗୀନ ଦଫା ଲାଗିଛି । ସେମାନଙ୍କ ନାଁରେ ଦଙ୍ଗା ମାମଲା ରୁଜୁ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁଆରୀ ୧୦ ତାରିଖରେ ସମୟ ସନ୍ଧ୍ୟା ୬ଟା ୩୦ମିନିଟ୍ ସମୟରେ ଏହି ଦୁର୍ବୃତ ହାତରେ ମାରଣାସ୍ତ୍ର ଧରି ଉଠା ଦୋକାନୀଙ୍କୁ ମନ ଇଚ୍ଛା ପିଟିଥିଲେ । ମାର୍କେଟ ବିଲ୍ଡିଂର ଲୋକଗହଳି ମଧ୍ୟରେ କିଛି କୋକୁଆ ଭୟ ସୃଷ୍ଟି କରିଥିଲେ ଏହି ମୁଖାପିନ୍ଧା ଦୁର୍ବୃତମାନେ । ଆଗରେ ଯାହା ଦୋକାନ ପଡିଲା ମନଇଚ୍ଛା ଭାଙ୍ଗିଚାଲିଥିଲେ । ଖାଲି ଦୋକାନ ଭାଙ୍ଗୁନଥିଲେ, ସାମ୍ନାରେ ଯିଏ ଆସିଲା ତାକୁ ମଧ୍ୟ ପିଟି ଚାଲିଥିଲେ । ଏଥିରେ ୨ ଜଣ ପୋଲିସ କର୍ମଚାରୀଙ୍କ ସହ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଦୋକାନର ସରଞ୍ଜାମ ଭଙ୍ଗାରୁଜା କରିଥିଲେ । ଦୁର୍ବୃତଙ୍କ ମାଡରେ ଆହତ ଦୋକାନୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଜାନୁଆରୀ ୯ ତାରିଖରେ ଦିନ ଜଣେ ମହିଳା ଘଂଟା କିଣିବାକୁ ଆସିଥିବାବେଳେ ଟଙ୍କାକୁ ନେଇ ଦେକାନୀଙ୍କ ସହ ବଚସା ଓ ପରେ ଗଣ୍ଡଗୋଳ ହୋଇଥିଲା । ମାମଲା ଥାନାକୁ ଯାଇ ସମାଧାନ ମଧ୍ୟ ହୋଇଥିଲା । ତାପରେ ପୁଣି ପ୍ରତିଶୋଧ ପାଥଇଁ ଏହି ଆତଙ୍କ ଖେଳାଇଥିଲେ ଦୁର୍ବୃତ ।