ମାର୍ଚ୍ଚ ରୁ ମେ’ ଯାଏଁ ଖରାରୁ ତ୍ରାହି ନାହିଁ: ଆଇଏମଡି

ନୂଆଦିଲ୍ଲୀ: ଚଳିତବର୍ଷ ମାର୍ଚ୍ଚ ମାସରୁ ମେ’ ଯାଏଁ ଲୋକଙ୍କ ଖରାରୁ ତ୍ରାହି ନାହିଁ । ଅର୍ଥାତ୍ ଏହି ୩ମାସରେ ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରବଳ ମାତ୍ରାରେ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଜଣାପଡିଛି ।

ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଉତର-ପଶ୍ଚିମରେ ସାଧାରଣ ଠାରୁ ୦.୫ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ପଶ୍ଚିମ, କେନ୍ଦ୍ରୀୟ ଭାରତ ଏବଂ ଦକ୍ଷିଣ ଭାରତରେ ମଧ୍ୟ ତାପମାତ୍ରା ସାଧାରଣ ଠାରୁ ବେଶୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ହିମାଚଳ ପ୍ରଦେଶ, ଉତରାଖଣ୍ଡ, ପଶ୍ଚିମ ରାଜସ୍ଥାନ ଓ ଅରୁଣାଚଳ ପ୍ରଦେଶରେ ଚଳିତ ବର୍ଷର ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ତାପମାତ୍ରା ପାଖାପାଖି ୧ ଡିଗ୍ରୀ ଅଧିକ ରହିବ । ସେହିଭଳି ଜମ୍ମୁ କଶ୍ମୀର, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ପଶ୍ଚିମ ଉତର ପ୍ରଦେଶ, ପୂର୍ବ ରାଜସ୍ଥାନ ଓ ପଶ୍ଚିମ ମଧ୍ୟପ୍ରଦେଶ ସମେତ ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ, ଗୁଜୁରାଟ, ସୌରାଷ୍ଟ୍ର, କଚ୍ଛ, କୋଙ୍କଣ, ଗୋଆ, ମଧ୍ୟ ମହରାଷ୍ଟ୍ର, ମରାଠାୱାଡା, ବିଦର୍ଭ, ଉତ୍ତର କର୍ଣ୍ଣାଟକ, ଉପକୂଳ କର୍ଣ୍ଣାଟକ, ଓ କେରଳରେ ମଧ୍ୟ ତାପମାତ୍ରା ବଢ଼ିବ ବୋଲି ଜଣାଯାଇଛି ।