ଗଜପତି:ଆଜି ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ୫ଟି ମାମଲାରେ ଶୁଣାଣୀ ପରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଏହି ଶୁଣାଣୀ କରିଛନ୍ତି ଗଜପତି ଅତିରିକ୍ତ ଜିଲ୍ଲା ଦୈାରାଜଜ ।
ସୂଚନାନୁସାରେ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଦୈାରାଜଜ କୋର୍ଟରେ ବହୁ ଚର୍ଚ୍ଚିତ ମାଓ ସଂଗଠନର ମୁଖ୍ୟ ନେତା ସବ୍ୟସାଚୀ ପଣ୍ଡାଙ୍କ ନାଁରେ ଥିବା ପାଂଚଟି ମାମଲାର ଆଜି ଶୁଣାଣୀ କରାଯାଇଥିଲା । କଡ଼ା ସୁରକ୍ଷାରେ ସବ୍ୟସାଚୀଙ୍କୁ ହାଜର କରାଯାଇଥିଲା । ତାଙ୍କ ନାଁରେ ୨୦୦୯ ଟାୱାର ପୋଡ଼ି , ୨୦୧୨ ସରକାରୀ ବସ ପୋଡ଼ି ସମେତ ୫ଟି ମାମଲା ରହିଥିଲା । ଯାହାର ଆଜି ଶୁଶାଣୀ କରି ଗଜପତି ଅତିରିକ୍ତ ଜିଲ୍ଲା ଦୈାରାଜଜ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।