ଏସଓଜି ଧ୍ୱଂସ କଲା ହରିଶଙ୍କର ଗନ୍ଧମାର୍ଦ୍ଦନ ପର୍ବତର ମାଓକ୍ୟାମ୍ପ

ବଲାଙ୍ଗୀର:ବଲାଙ୍ଗୀର ଜିଲ୍ଲା ପର୍ଯ୍ୟଟନସ୍ଥଳୀ ହରିଶଙ୍କର ନିକଟ ଗନ୍ଧମାର୍ଦ୍ଦନ ପର୍ବତରେ କିଛି ଦିନ ହେବ ଲାଲବାହିନୀର ଉପସ୍ଥିତି ଜଣାପଡ଼ିଥିଲା । ଫଳରେ ସେଠାରେ ଥିବା ମାଓକ୍ୟାମ୍ପରେ ଆଜି ଏସଓଜି ଚଢାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ।

ଆଜି ବଲାଙ୍ଗୀର ଜିଲ୍ଲା ପର୍ଯ୍ୟଟନସ୍ଥଳୀ ହରିଶଙ୍କର ନିକଟ ଗନ୍ଧମାର୍ଦ୍ଦନ ପର୍ବତରେ ମାଓବାଦୀଙ୍କ ଉପସ୍ଥିତି ଜାଣି ଏସଓଜି ଯବାନ କମ୍ବିଂ ଅପେରେସନ ଆରମ୍ଭ କରିଥିଲେ ଏସଓଜି ଯବାନ ମାଓ କ୍ୟାମ୍ପ ଚଢାଉ ବେଳେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଏହାପରେ ଏସଓଜି ଯବାନଙ୍କ ଗୁଳିରେ ସେଠାରେ ଥିବା ମାଓକ୍ୟାମ୍ପ ଧ୍ୱଂସ ହୋଇଯାଇଛି । ଫଳରେ ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।