ଜନତାଙ୍କ ପଥର ମାଡରେ ମାଓନେତା ମୃତ

ମାଲକାନଗିରି: ମାଓଗଡକୁ ଶକ୍ତ ଝଟକା । ସ୍ବାଭିମାନ ଅଂଚଳରେ ଜନତା-ମାଓବାଦୀ ମୁହାଁମୁହିଁ ହୋଇଥିବା ସୂଚନା । ସରକାରଙ୍କ ଉନ୍ନୟନ ମୂଳକ କାମକୁ ବିରୋଧ କରିବାକୁ ଆସିଥିବା ମାଓ ନେତାଙ୍କୁ ପଥରରେ ଛେଚିଛେଚି ମାରିଲେ ଜନତା ।

ମାଓବାଦୀଙ୍କ ଅତ୍ୟାଚାର ଅସହ୍ୟ ହେବା ସହ ଅଂଚଳରେ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରିବାରୁ ଜଣେ ମାଓବାଦୀଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଥିବା ଖବର ମିଳିଛି ।

ସ୍ବାଭିମାନ ଅଂଚଳ ଜୋଡାମ୍ବ ପଂଚାୟତ ଅନ୍ତର୍ଗତ ଜନ୍ତୁରାଇ ଗ୍ରାମ ଠାରେ ଏହି ଘଟଣା ଘଟିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳକୁ ସୁରକ୍ଷାକର୍ମୀଙ୍କୁ ପଠାଯାଇଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି।