କାନ୍ଥ ଭୁଷୁଡି ୧୫ ମୃତ

ମେଟ୍ଟୁପାଲୟମ: ତାମିଲନାଡୁରେ ମୂଶଳ ଧାରାରେ ବର୍ଷା ହେବା କାରଣରୁ ଏକ କାନ୍ଥ ଭୁଷୁଡି ତିନୋଟି ଘର ଭାଙ୍ଗି ଯାଇଛି। ଏଥିରେ ୧୫ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ଆହତଙ୍କ ସଂଖ୍ୟା ଆକଳନ କରାଯାଇ ନାହିଁ। ଆଜି ସକାଳେ ମେଟ୍ଟୁପାଲୟମର ନାଦୂର କନ୍ନପନ ଲେଆଉଟରେ ଏଭଳି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିଶ ଓ ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କରୁଛି। 

ମେଟ୍ଟୁପାଲୟମର ନାଦୂର କନ୍ନପନ ଲେଆଉଟରେ ଆଜି ସକାଳେ ଘର କାନ୍ଥ ଭୁଷୁଡି ୧୫ ଜଣ ମୃତ୍ୟୁବରଣ କରିଛନ୍ତି। ଏନେଇ ପୋଲିସର କହିବା ଅନୁଯାୟୀ, ପ୍ରବଳ ବର୍ଷା କାରଣରୁ ଘରର କାନ୍ଥ ନଷ୍ଟ ହୋଇଯାଇଥିଲା। ଯାହା ଫଳରେ କାନ୍ଥ ଭୁଷୁଡି ଯାଇଛି। ତେବେ ଖବର ଲେଖାଯିବା ସୁଦ୍ଧା ଉଦ୍ଧାରକାରୀ ଟିମ୍ ୯ଟି ଶବ ଉଦ୍ଧାର କରିଛନ୍ତି।

ଉତ୍ତର ପୂର୍ବ ମୌସୁମୀ କାରଣରୁ ତାମିଲନାଡୁରେ ବହୁ ଅଞ୍ଚଳରେ ଏବଂ ପଡୋଶୀ ରାଜ୍ୟ ପଣ୍ଡିଚେରୀରେ ଗତ ୨୪ ଘଣ୍ଟା ହେବ ମୂଶଳ ଧାରାରେ ବର୍ଷା ହେଉଛି। ତେବେ ଆସନ୍ତା ୨ ଦିନ ମଧ୍ୟ ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିପାଇଁ ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି। ଏତଦ୍ ବ୍ୟତୀତ ମାଡ୍ରାସ ବିଶ୍ଵବିଦ୍ୟାଳୟ ଓ ଅନ୍ନା ବିଶ୍ଵବିଦ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ସ୍ଥଗିତ କରାଯାଇଛି।