ସମୁଦ୍ର ପଥରେ ଗଞ୍ଜାମ ଫେରୁଛନ୍ତି ବହୁ ମତ୍ସଜୀବୀ

ବ୍ରହ୍ମପୁର: ମୋଟର ବୋଟରେ ଫେରୁଛନ୍ତି ଗଞ୍ଜାମର ବହୁ ମତ୍ସଜୀବୀ । କୋରୋନା ପାଇଁ ସମଗ୍ର ଦେଶ ଲକଡାଉନ ରହିଥିବା ବେଳେ ଯାତାୟତ ସମ୍ପୂର୍ଣ୍ଣ ଠପ । ସ୍ଥଳପଥରେ ଗାଡ଼ି ମୋଟର ଚାଲୁନଥିବା ବେଳେ ଜଳପଥରେ ଗଞ୍ଜାମ ଫେରୁଛନ୍ତି ବହୁ ଶ୍ରମିକ ।

ସମସ୍ତେ କର୍ଣ୍ଣାଟକ ଓ ତାମିଲନାଡୁରୁ ଫେରୁଥିବା ଅନୁମାନ କରାଯାଉଛି । ଏମାନେ କୂଳରେ ପହଁଚିବା ମାତ୍ରେ କ୍ୱାରେନଂଟାଇନ୍  ରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲପାଳ । ସେପଟେ ଏତେ ସଂଖ୍ୟକ ଲୋକ ଜିଲ୍ଲାକୁ ଫେରୁଥିବାବେଳେ ସ୍ଥାନୀୟ ଅଞ୍ଚଲରେ ଭୟର ବାତାବରଣ ସୃଷ୍ଟି ହୋଇଛି ।