ଆଦେଶ ଗୁପ୍ତା ହେଲେ ଦିଲ୍ଲୀ ବିଜେପିର ନୂଆ ମୁଖିଆ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରେ ଏକ ବଡ ପରିବର୍ତ୍ତନ କରାଯାଇଛି । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ପଦରୁ ମନୋଜ ତିୱାରୀଙ୍କୁ ହଟାଇଛି ବିଜେପି । ତାଙ୍କ ସ୍ଥାନରେ ଆଦେଶ ଗୁପ୍ତା ହୋଇଛନ୍ତି ଦିଲ୍ଲୀ ବିଜେପିର ନୂଆ ମୁଖିଆ । ମନୋଜ ତିଓାରୀଙ୍କ ସ୍ଥାନରେ ଆଦେଶ ଗୁପ୍ତାଙ୍କୁ ନିଯୁକ୍ତ କରାଯାଇଛି । ଦଳର ମହାସଚିବ ଅରୁଣ ସିଂଙ୍କ ତରଫରୁ ଏନେଇ ସୂଚନା ଦିଆଯାଇଛି । ଏହାବାଦ ଛତିଶଗଡର ବିଜେପି ଅଧ୍ୟକ୍ଷଙ୍କୁ ବି ହଟାଇ ଦିଆଯାଇଛି । ବିଷ୍ଣୁଦେବ ସାଏଙ୍କୁ ପ୍ରଦେଶର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମଣିପୁରରେ ବି ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ନିଯୁକ୍ତି କରାଯାଇଛି । ଏସ ଟିକେନ୍ଦ୍ର ସିଂଙ୍କ ହାତରେ ମଣିପୁର ବିଜେପି ଦାୟିତ୍ୱ ଦିଆଯାଇଛି । ତେବେ ତିନୋଟି ଯାକ ପ୍ରଦେଶର ଅଧ୍ୟକ୍ଷଙ୍କ ନାମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶାନୁସାରେ ହୋଇଥିବା ସୂଚନା ମିଳିଛି ।