ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ସ୍ୱଦେଶୀ ସାମଗ୍ରୀ କିଣିବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ଶୁଣିଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ଇଂରାଜୀ ବର୍ଷର ଅନ୍ତିମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର କାର୍ଯ୍ୟକର୍ତାଙ୍କ ସହ ଶୁଣିବା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ସ୍ୱଦେଶୀ ସାମଗ୍ରୀ କିଣିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦେଶବାସୀଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ ହେବାକୁ ପରାମର୍ଶ
ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ଆବର୍ଜନା ନପକାଇବା ପ୍ରଥମ ସଂକଳ୍ପ ହେଉ
ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରିଛନ୍ତି ଯେ ଓଡ଼ିଶା ବିଜେପି କାର୍ଯ୍ୟାଳୟରେ ଆମ ପାର୍ଟିର କାର୍ଯ୍ୟକର୍ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ଇଂରାଜୀ ବର୍ଷର ଅନ୍ତିମ ‘ମନ୍ କି ବାତ୍’ ଶୁଣିଲି । ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଭୋକାଲ ଫର୍ ଲୋକାଲ୍’ ତଥା ଦେଶରେ ଭାରତୀୟ ସାମଗ୍ରୀର ଚାହିଦା ବଢ଼ିବା ଓ ‘ଜିରୋ ଇଫେକ୍ଟ୍, ଜିରୋ ଡିଫେକ୍ଟ୍’ ନୈତିକତା ଆଧାରରେ କାମ କରିବାର ସୁଯୋଗ ଉପରେ ଉଲ୍ଲେଖ କରିଛନ୍ତି ।
ଆମର ସାମଗ୍ରୀ ବିଶ୍ୱର ସର୍ବତ୍କୃଷ୍ଟମାନର ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦି ଦେଶର ନିର୍ମାତା ଏବଂ ଶିଳ୍ପ ନେତାମାନଙ୍କୁ କହିଛନ୍ତି । ଆସନ୍ତୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଚଳିତ ଇଂରାଜୀ ବର୍ଷରୁ ଆମେ ଦେଶରେ ଉତ୍ପାଦିତ ସାମଗ୍ରୀକୁ କିଣିବାକୁ ସଂକଳ୍ପ କରିବା ଏବଂ ଆତ୍ମନିର୍ଭର ହୋଇ ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ ହେବା ।
ସେହିପରି ଆଜିର ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକର ଯୁବା ଦମ୍ପତି ଅନୁଦୀପ ଓ ମିନୁଷାଙ୍କ ଉଦାହରଣ ଦେଇ ପରିବେଶର ସୁରକ୍ଷା ତଥା ସାମୁଦ୍ରିକ ବେଳାଭୂମିକୁ ସଫା ରଖିବା ଓ ସେଠାରେ ଆବର୍ଜନା ସଫା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ନପକାଇବା ସ୍ୱଚ୍ଛ ଭାରତ ଅଭିଯାନର ପ୍ରଥମ ସଂକଳ୍ପ ସହ ଦେଶକୁ ଏକକ ପ୍ଲାଷ୍ଟିକ ବ୍ୟବହାରରୁ ମୁକ୍ତ କରିବାକୁ ହିଁ ହେବ ବୋଲି ଉଦବୋଧନ ଦେଇଥିବା ବେଳେ ଶ୍ରୀ ପ୍ରଧାନ ଏହା ଉପରେ ସଚେତନ ସୃଷ୍ଟି କରିବାକୁ ଦଳର କାର୍ଯ୍ୟକର୍ତା ମାନଙ୍କୁ ପରାମର୍ଶ ଦେଇଥିଲେ ।
Mann ki Baatat program at odisha bjp office