ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ମନ୍ କି ବାତ୍” କାର୍ଯ୍ୟକ୍ରମର ପ୍ରସାରଣ ସମୟ ପରିବର୍ତନ ହୋଇଛି । ତେବେ ଏଥର ଏହି କାର୍ଯ୍ୟକ୍ରମ ଦିନ ୧୧ଟା ପରିବର୍ତେ ସନ୍ଧ୍ୟା ୬ଟାରେ ପ୍ରସାରିତ ହେବ । ଜାନୁୟାରୀ ମାସରେ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ସମୟରେ ପରିବର୍ତନ କରାଯାଇଛି | ଏଥର ରବିବାର ଜାନୁୟାରୀ ୨୬ ତାରିଖରେ ପଡୁଥିବାରୁ ସମୟରେ ପରିବର୍ତନ କରାଯାଇଛି |
ସୂଚନା ଥାଉ କି ଜାନୁୟାରୀ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ମସିହାର ପ୍ରଥମ ‘ମନ କି ବାତ’ କାର୍ଯ୍ୟକ୍ରମରେ ସମୟ ବଦଳିଛି | ଜାନୁୟାରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଅବସରରେ ନିଜ ବ୍ୟସ୍ତମୟ କାର୍ଯ୍ୟକ୍ରମ ଦିନରେ ଥିବାରୁ ସନ୍ଧ୍ୟାରେ ମନ କି ବାତ କାର୍ଯ୍ୟକ୍ରମ ପାଇଁ ମୋଦୀ ନିଷ୍ପତି ନେଇଛନ୍ତି |
ଚର୍ଚ୍ଚା ହେଉଛି ଯେ ଏଥର ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ବାବଦରେ ଉପଦେଶ ଦେଇପାରନ୍ତି | କାରଣ ଫେବୃୟାରୀ ୨୦ ତାରିଖରୁ ପରୀକ୍ଷା ଆରମ୍ଭ ହେଉଛି | ଅବଶ୍ୟ ଏହା ପୂର୍ବରୁ ଜାନୁୟାରୀ ୨୦ରେ ପରୀକ୍ଷା ପର ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ମୋଦୀ କଥା ହୋଇଥିଲେ |